

କନ୍ଧମାଳ – ନାଗରିକତା ସଂଶୋଧନ ଆକ୍ଟ (ସିଏଏ) କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ଶୋଭାଯାତ୍ରା ଅନୁ Â ିତ ହୋଇଯାଇଛି. ପରିଷଦର ବହୁ ସଂଖ୍ୟାରେ ସଦସ୍ୟ, ସଦସ୍ୟା ମାନେ ମାଦିକୁନ୍ଦା ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା. ପଡୋଶୀ ଦେଶରେ ସଂଖ୍ୟାଲଘୁ ଭାବେ ନିର୍ଯାତନାର ଶୀକାର ହୋଇ ଆମ ଦେଶକୁ ଆସିଥିବା ଲୋକଙ୍କ ପାଇଁ ଏହି ଆକ୍ଟ୍ କରାଯାଇଥିବା ବେଳେ କିଛି ରାଜନୈତିକ ଦଳ ଏହାର ଭୁଲ ସଜ୍ଞା ବାହାର କରି ବିରୋଧ କରିବା ସହ ଦେଶର ବିଭିନ୍ନ ସ୍ଥାନରେହିଂସା ଘଟାଉଛନ୍ତି. ଏହାକୁ ଦୃଢ ଭାବେ ପରିଷଦ ନିନ୍ଦା କରୁଛି ବୋଲି ପରିଷଦର କର୍ମକର୍ତାମାନେ ଏହି ଅବସରରେ କହିଥିଲେ. ଏହି ଶୋଭାଯାତ୍ରାକୁ ଏବିଭିପିର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ସହ ପ୍ରମୁଖ ବିଶ୍ୱରଞ୍ଜନ ଦାଶ, ଜିଲ୍ଲା ସଂଯୋଜକ ବିକାଶ ନାୟକ, ନଗର ସମ୍ପାଦକ ଦିବ୍ୟରଞ୍ଜନ ଡାକୁଆ, ସଂଗଠନ ସମ୍ପାଦକ ସୁଦର୍ଶନ ବାରିକ, ରଜତ ମହାପାତ୍ର, ପ୍ରିତିଜୀନା ସେଠୀ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ.