

ଭଦ୍ରକ – ଆଜି ଭଦ୍ରକରେ ଚଳିତ ଖରିଫ ଋତୁ ପାଇଁ ଜିଲାସ୍ତରୀୟ ଧାନକିଣା କଲେଇ ପଂଚାୟତସ୍ତରୀୟ ମହିଳା ମହାସଂଘ ସୁଭଦ୍ରା ପକ୍ଷରୁ କଲେଇ ପଂଚାୟତରେ ଧାନକିଣା ଆରମ୍ଭ ହୋଇଛି। ଚଳିତବର୍ଷ ଧାନକ୍ରୟର ଦାୟିତ୍ବ ସୁଭଦ୍ରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହାତରେ ନ୍ୟସ୍ତ ହୋଇଛି। ପ୍ରାତଃରେ ପୂଜାଚ୍ର୍ଚନା ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲାପାଳ ଜ୍ଞାନ ଦାସ ଫିତା କାଟି ଓ ନଡିଆ ପିଟି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ। ପରେ ମହିଳା ମଣ୍ଡଳ ଦ୍ବାରା ୧୨୦ ଜଣ ଚାଷୀ ପଂଜିକୃତ କରିଥିବାବେଳେ ୯ ଜଣଙ୍କୁ ଟୋକନ୍ ଦିଆଯାଇଥିଲା। ତେବେ ୩ ଜଣ ଚାଷୀ ଆଜି ଏହି ମଣ୍ଡିରେ ୧୫ ଶହ କ୍ବିାଲ ଧାନ ବିକ୍ରି କରିଥିବାର ଜଣାପଡିଛି। ଏହି ଉସôବରେ ବିଧାୟକ ଶ୍ରୀ ମଲ୍ଲିକ ଚଳିତବର୍ଷ ମହିଳାଙ୍କୁ ଧାନ କ୍ରୟର ସୁେଯାଗ ଦିଆଯାଇଥିବାରୁ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲାପାଳ ଶ୍ରୀ ଦାସ ପ୍ରତ୍ୟେକ ଚାଷୀଙ୍କ ଠାରୁ େଯଭଳି ଧାନ କିଣାଯିବ, ସେଥିପ୍ରତି ଉଚିତ୍ ଦୃଷ୍ଟି ଦିଆଯିବ ବୋଲି କହିବା ସହ ଏହି ଧାନକିଣାରେ ସ୍ବଚ୍ଛତା ରଖôବା ଦିଗରେ ସମସ୍ତ ଉଦ୍ୟମ କରାଯିବ ବୋଲି କହିଥିଲେ। ଏହି ଉସôବରେ ଉପଜିଲାପାଳ ପୀତାମ୍ବର ସାମଲ, ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ମଳୟ ଜେନା, ଆରଏମ୍ସି ସଂପାଦକ ବିକାଶ ନାୟକ, ଏଆରସିଏସ୍ ସ୍ବାତିବାଳା ମହାପାତ୍ର, ଏସ୍ଏଆରସିଏସ୍ ନିରଂଜନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।