 
                ଭଦ୍ରକ – ନାଗରିକତା ସଂଶୋଧନ ଆଇନ୍ ଓ ଏନ୍ଆରସିକୁ ବିରୋଧ କରି ସବୁଠି ଆନ୍ଦୋଳନ ଚାଲିଥିବାବେଳେ ଭଦ୍ରକରେ ମଧ୍ଯ ଏହାର ପ୍ରଭାବ ଦେଖôବାକୁ ମିଳିଛି। ଆଜି ଭଦ୍ରକ ମୁସ୍ଲିମ୍ ୟୁଥ୍ ପକ୍ଷରୁ ଏହି ଆଇନ୍କୁ ବିରୋଧ କରି ଚନ୍ଦନବଜାରରୁ ଏକ ବିଶାଳ ଶୋଭାଯାତ୍ରାରେ ବହୁ ମୁସ୍ଲିମ୍ ୟୁଥ୍ର ସଦସ୍ୟ େଯାଗଦେଇ କେନ୍ଦ୍ର ସରକାରଙ୍କ ଏହି ଆଇନ୍ ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ। ପରେ ନଙ୍ଗାମହଲା ଠାରେ ହି ଆଇନ୍ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଂଗ୍ରେସ କର୍ମୀ, ବାମପନ୍ଥୀ ଦଳର ପ୍ରମୁଖ ନେତାମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏହି ଆଇନ୍କୁ ତୀବ୍ର ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ଦାବି କରିଥିଷଲ।
                            
                        
	                    
 
                    







