

ଭଦ୍ରକ – ନାରୀ ନୁହେଁ କି ପୁରୁଷ ନୁହେଁ ସେମାନେ ସବୁଥିରେ ଅସଂପୂର୍ଣ୍ଣ। ସମାଜ ସେମାନଙ୍କୁ ଭିନ୍ନ ଆଖôରେ ଦେଖୁଛି। ସେମାନେ ହେଲେ କିନ୍ନର। ମାତ୍ର ଆଜି ସେହି ଅସଂପୂର୍ଣ୍ଣ ମଣିଷ ପୂର୍ଣ୍ଣତାର ଶିଖର ଛୁଇଁଛନ୍ତି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରୂପରେ ସେମାନେ ଲୋକଙ୍କ ପାଖରେ ପହôଥାନ୍ତି। ହେଲେ ଆଜି ତାଙ୍କର ଦାନ ସମାଜ ପାଇଁ ଏକ ଶ୍ରେଷ୍ଠ ଦାନ ଭାବେ ବିବେଚିତ ହୋଇଛି। ପୂର୍ବ ଓଡ଼ିଶାର କିନ୍ନର ମହାସଂଘ ପକ୍ଷରୁ ସେମାନଙ୍କ ବାର୍ଷିକ ଉସôବରେ କରିଛନ୍ତି ସମୂହ ଅଙ୍ଗଦାନ। ଯାହା ଭଦ୍ରକ ବୁଦ୍ଧିଜୀବୀ ମହଲରେ ଚଚ୍ର୍ଚା ହୋଇଛି। ଭଦ୍ରକସ୍ଥିତ ଅଦ୍ର୍ଧନାରୀ କିନ୍ନର ମହାସଂଘର ୭ମ ବାର୍ଷିକ ଉସôବରେ ପୂର୍ବ ଓଡ଼ିଶା କିନ୍ନର ମହାସଂଘର ଶତାଧିକ କିନ୍ନର େଯାଗଦେଇଥିଲେ। ଏହି ଦିବସରେ ପ୍ରତିବର୍ଷ ସେମାନେ ସମାଜକୁ ଦିଗ୍ଦର୍ଶନ ଦେବା ଭଳି କାର୍ଯ୍ୟ କରିଥାନ୍ତି। ହେଲେ ଆଜିର କାର୍ଯ୍ୟ ନିଶ୍ଚିତ ଭାବେ ସମାଜ ପାଇଁ ଏକ ଶ୍ରେଷ୍ଠ କାର୍ଯ୍ୟ। ଆଜି ୬୦ ରୁ ଉଦ୍ଧ୍ର୍ବ କିନ୍ନର ସମୂହ ଅଙ୍ଗଦାନ ପାଇଁ ଚୁକ୍ତି କରିଛନ୍ତି। ଏଥିପାଇଁ ସେମାନଙ୍କ ମନରେ କୌଣସି ଦ୍ବିଧା ନାହó ବରଂ ‘ଆମ ପରିଚୟ ଆମେ ଜାଣିନୁ, ହେଲେ ଏଭଳି କାର୍ଯ୍ୟ କରିବୁ ମଲା ପରେ ବି ସମାଜ ଆଖôରେ ଆମେ ପରିଚିତ ହୋଇ ରହିବୁ’ ବୋଲି କହିଛନ୍ତି। ସେମାନଙ୍କ ଆରାଧ୍ଯା ଦେବୀ ମୃର୍ଗୀ ମାତାଙ୍କ ପୂଜା ପରେ ଅଙ୍ଗଦାନ କାର୍ଯ୍ୟକ୍ରମରେ ସାମିଲ ହୋଇ କରିଛନ୍ତି ସମୂହ ଅଙ୍ଗଦାନ ଚୁକ୍ତି। ଏହି ବାର୍ଷିକ ଉସôବରେ ଲୋକସେବକ ମଣ୍ଡଳର ସଦସ୍ୟ ଡ. ପ୍ରଭାସ ଆଚାର୍ଯ୍ୟ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଓଡ଼ିଶା କିନ୍ନର ସଂଘର ସଭାପତି ମୀରା ପରିଡା, ଉର ଓଡ଼ିଶା କିନ୍ନର ସଂଘର ସଭାପତି ସୌମ୍ୟାଶ୍ରୀ ପ୍ରମୁଖ େଯାଗଦେଇ ଅଙ୍ଗଦାନର ମହାତ୍ମ୍ୟ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜସେବା ପାଇଁ ଆଇନ୍ଜୀବୀ ଗଦାଧର ବଳ, ରାଜଲକ୍ଷ୍ମୀ ମହାପାତ୍ର, ଚୈତାଳି ଖôଲାର, ୟୁନିକ୍ ଡ୍ରପ୍, ଭଦ୍ରକ ସୋସିଆଲ ସର୍ଭିସ୍ ଗ୍ରୁପ୍ ଓ ତିହିଡି ଯୁବମଂଚକୁ ମାନପତ୍ର ଓ ଉରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।