
ଭଦ୍ରକ – ଧାମରା ପଂଚାୟତକୁ ଚାନ୍ଦବାଲି ବିଧାୟକ ଏବଂ ସାଂସଦଙ୍କ ବୈମାତୃକ ମନୋଭାବ ଦିନକୁ ଦିନ ପଦାରେ ପଡିଲାଣି। ତଥ୍ୟାନୁଯାୟୀ ୨୦୧୭ ମସିହାରେ ଚାନ୍ଦବାଲି ବିଧାୟକ ଏବଂ ତତକାଳୀନ ଭଦ୍ରକ ସାଂସଦ ନିଜର ହାତ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଧାମରା ବଜାରର ଲାଇଟପୋଷ୍ଠ ପାଇଂ ଅନୁଦାନ ଭାବରେ ମିଳିଥିଲା। ମାତ୍ର ଦୀର୍ଘ ୨ବର୍ଷ ପରେ ମଧ୍ୟ ଧାମରା ବାସୀ ଏହି ବିଧାୟକ ତଥା ସାଂସଦଙ୍କ ପାଣ୍ଠିରୁ ଆସିଥିବା ଟଙ୍କାର ପତା ମଧ୍ୟ ପାଇ ନଥିଲେ ଫଳରେ ଏହାର ସଦୁପେଯାଗ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇ ପାରି ନଥିବା ଜଣାଯାଇଛି। ସାଂସଦ ନିଜ ପାଣ୍ଠିରୁ ଟ୫,୬୩,୩୪୨.ଏବଂ ବିଧାୟକ ନିଜ ପାଣ୍ଠିରୁ ଟ୪,୯୧,୮୦୦ଙ୍କା ଧାମରା ବଜାରରେ ଲାଇଟ ପୋଷ୍ଠ ଲଗାଇବା ନିମନ୍ତେ ଦେଇଥିଲେ। ଏହି ଅନୁଦାନ ମିଳିବା କେବଳ କାଗଜପତ୍ରରେ ସିମୀତ ହୋଇ ରହିଯାଇଥିବା ବେଳେ ସେହି ସମୟରେ ସାଂସଦଙ୍କ ପ୍ରତିନିଧି ଏହି ଟଙ୍କାକୁ ନେଇ ନିଜ ପଂଚାୟତର ଉନ୍ନତି ପାଇଁ ଖର୍ଚ କରିଥିଲେ। ମାତ୍ର ବିଧାୟକଙ୍କ ଟଙ୍କା ପୁନଶ୍ଚ ତାଙ୍କ ପାଣ୍ଠିକୁ ଫେରିଯାଇଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଦୀର୍ଘ ୨ବର୍ଷ ପରେ ଚାନ୍ଦବାଲି ବିଧାୟକ ନିଜର ଦ୍ବିତୀୟପାଳି ଆରମ୍ଭ କରିଥିବା ବେଳେ ବର୍ତମାନ ସୁଦ୍ଧା ତାଙ୍କ ହାତପାଣ୍ଠିରୁ ଧାମରା ପଂଚାୟତକୁ ଦିଆଯାଇଥିବା ଅନୁଦାନ ରାଶି କୁଆଡେ ଗଲା ତାହାର ଖବର ମଧ୍ୟ କାହାରିକୁ ଜଣା ନାହó। ଇତିମଧ୍ୟରେ ଧାମରା ବଜାର ର ଆଲୋକୀକରଣ ହେବା ସମ୍ଭବ ହୋଇ ପାରି ନଥିବା ବେଳେ ବର୍ତମାନର ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଧାମରା ବନ୍ଦର(ଆଦାନୀ)କର୍ତୁପକ୍ଷଙ୍କ ଦ୍ବାରସ୍ଥ ହୋଇ ଧାମରାରେ ଲାଇଟପୋଷ୍ଠ ଲଗାଇବା ପାଇଁ ଅନୁରୋଧ କରିଥିବା ଜଣାଯାଇଛି।ସାଧାରଣ ଜନତା ଏହି କଥାକୁ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ କେଉଁ ପରିସ୍ଥିତିରେ ପଂଚାୟତ ସମିତି ଅଧ୍ୟକ୍ଷା ଧାମରା ପଂଚାୟତର ସମିତିସଭ୍ୟା ହୋଇଥିବା ବେଳେ ନିଜ ପଂଚାୟତକୁ ଦୃଷ୍ଟି ଦେଉ ନାହାନ୍ତି ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗାମୀ ଦିନରେ ସାଧାରଣ ଜନତା କୁ କଣ କହି ଭୋଟ ଭିକ୍ଷା କରିବେ ତାହା ନେଇ ପ୍ରଶ୍ନବାଚୀ ହୋଇ ପଡିଛି।