

ଭଦ୍ରକ – ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ କରଞ୍ଜମାଳ ଗ୍ରାମପଞ୍ଚାୟତର ଧାନକୁଟା ଗ୍ରାମରେ ପୌଷ୍ଟିକ ଉଦ୍ୟାନ ପର୍ଯ୍ୟବେଷିତ ‘ସୁପୋଷଣ ବାଟିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଏକଦିବସୀୟ ତାଲିମ କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟଜନିତ ପରିବା ଚାଷ ଉପରେ ବୈଷୟିକ ଜ୍ଞାନ ବିତରଣ କରାଯାଇଅଛି । ପୁଷ୍ଟିକର ଖାଦ୍ୟ ଦ୍ୱାରା ଶିଶୁ ଏବଂ ମା’ ର ଶାରୀରିକ ଉନ୍ନତି ସହ ବୌଦ୍ଧିକ ବିକାଶରେ ଦିଗରେ ବେଶ୍ ଫଳପ୍ରଦ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଆଦାନୀ ଧାମରା ପୋର୍ଟ ଆଦାନୀ ଫାଉଣ୍ଡେସନ ମାଧ୍ୟମରେ ସ୍ଥାନୀୟ ଗ୍ରାମଗୁଡ଼ିକରେ ‘ସୁପୋଷଣ ବାଟିକା’ ନାମରେ ଏକ ପରିବା ଉଦ୍ୟାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୁପୋଷଣକୁ ନିୟନ୍ତ୍ରଣ କରିବା ପାଇଁ ସୁପୋଷଣ ଉଦ୍ୟାନର ବୃଦ୍ଧି ଓଧାମରା ପୋର୍ଟ ଅଞ୍ଚଳରେ ବସବାସ କରୁଥିବା ପରିବାରର ସୂକ୍ଷ୍ମପୋଷକତତ୍ତ୍ୱର ଆବଶ୍ୟକତାକୁ ପୂରଣ କରିବା ନେଇ ଯୋଗଦେଇଥିବା ସ୍ଥାନୀୟ ଗ୍ରାମବାସୀଙ୍କୁ ସଚେତନ କରାଇବା ହେଉଛି ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟତଃ ପୋଷଣ ଉଦ୍ୟାନ ଆବଶ୍ୟକତା ସମ୍ବନ୍ଧୀୟ ଜ୍ଞାନ, ଜୈବିକ ଉପାଦାନ ମାଧ୍ୟମରେ ସୁପୋଷଣ ଉଦ୍ୟାନର ପରିଚାଳନା ନିମନ୍ତେ ଏକ ଆଦର୍ଶ ମଡେଲ ନିର୍ମାଣ କରିବା, ଜୈବିକ ସାର, ଜୈବିକ କୀଟନାଶକ ପ୍ରୟୋଗ, ଏନ୍ଏଡିଇପିର ପ୍ରସ୍ତୁତି ଏବଂ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ବର୍ଷର ବିଭିନ୍ନ ଋତୁରେ ଉତ୍ପାଦନ କରାଯାଉଥିବା ବିଭିନ୍ନ ପରିବା ଚାଷ, ବିହନ ଅମଳ ଜ୍ଞାନକୌଶଳ ଏବଂ ଏହାର ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ସହ ଏହି ପୌଷ୍ଟିକ ଉଦ୍ୟାନ ମାଧ୍ୟମରେ ପରିବାରର ଆୟବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି । ସୁପୋଷଣ କାର୍ଯ୍ୟକ୍ରମର ସଙ୍ଗିନୀ, ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ଥାନୀୟ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗୋବର୍ଦ୍ଧନ ପ୍ରଧାନ, ପରିଚାଳନା ନିର୍ଦ୍ଦେଶକ, ସାନ୍ ୱେଟ୍ଲ୍ୟାଣ୍ଡ ଏବଂ ଦେବେନ୍ଦ୍ର ରାଉଳ, କାର୍ଯ୍ୟକ୍ରମ ସଂଚାଳକ, ସାନ୍ ୱେଟ୍ଲ୍ୟାଣ୍ଡ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ତାଲିମ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଦାନୀ ଧାମରା ପୋର୍ଟର ସିଏସ୍ଆର୍ ଟିମ୍ ଦ୍ୱାରା ପରିଚାଳିତ ହୋଇଥିଲା ।