
ବ୍ରହ୍ମପୁର :ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ଦାବୀ ରେ ଆଜି ଆସିକା ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ ନେଇ ଆନ୍ଦୋଳନକାରୀ ମାନେ ସହର କୁ ସଂଯୋଗ କରୁଥିବା ପ୍ରବେଶ ପଥ ପାକାଲା ପଲ୍ଲୀ,ମକୁନ୍ଦ ପୁର ଛକ ଓ କାଳ ଷଣ୍ଢ ପୁର ଛକ ରେ ରାସ୍ତା ଅବରୋଧ ସହ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ ଯାନ ବାହନ ଚଳା ଚଳ ପ୍ରଭାବିତ ହୋଇଥିଲା।ଆସିକା ଓକିଲ ସଙ୍ଘ ଓ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବହୁ ସଂଗଠନ ର ସମର୍ଥକ ଓ କର୍ମୀ ଦିନ ତମାମ ବନ୍ଦ ର ସଫଳତା ନେଇ ଲାଗି ପଡ଼ିଥିଲେ। ଆନ୍ଦୋଳନକାରୀ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ୍,ସମବାୟ ବ୍ୟାଙ୍କ୍, ବୀମା କାର୍ଯ୍ୟାଳୟ, ଡାକ ମଣ୍ଡଳ ଓ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେବାରେ ସମସ୍ତ କାର୍ଯ୍ୟାଳୟ ଅଚଳ ହୋଇପଡ଼ିଥିଲା। ସେହିଭଳି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ସମେତ ଅନ୍ୟାନ୍ୟ ଅଦାଲତ ରେ ଦୈନଦିନ କାର୍ଯ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟ ବ୍ଲକ, ତହସିଲ ସହ ସମସ୍ତ ପ୍ରକାରର ସ୍କୁଲ ଓ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ଓକିଲ ସଙ୍ଘର ସଭାପତି ରବିନ୍ଦ୍ର ନାଥ ଶର୍ମା,ସମ୍ପାଦକ ନାରାୟଣ ମୁନି,ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ସନ୍ତୋଷ କୁମାର ପାଣିଗ୍ରାହୀ,ଉପସଭାପତି ଛବିଳ ରାମ ମିଶ୍ର, ଲଳିତ ଦାସ, ଅଜିତ କୁମାର ପଟ୍ଟନାୟକ,ଦିଲୀପ ପାଣିଗ୍ରାହୀ, ଅଜିତ ଚୌଧୁରୀ, ଦେବକାନ୍ତ ଶର୍ମା,ବିଦେଶୀ ନାହାକଙ୍କ ସମେତ ବହୁ ଆଇନଜୀବୀ ସାମିଲ ଥିବା ବେଳେ ସମୀର ପ୍ରଧାନ,ତାରିଣୀ ସେନାପତି, ଡ଼ା. ଶ୍ୟାମଘନ ବିଶ୍ଵାଳ ବଣିକ ସଂଘ ର ଇ. ଅରୁଣ ପାତ୍ର, ସିମାଞ୍ଚଳ ପରିଡ଼ା ବସ ମାଲିକ ସଂଘ ର ସନ୍ତୋଷ କୁମାର ପୋଲାଇ, ସୂର୍ଯ୍ୟ ପରିଡ଼ା,ବାମ ପନ୍ଥି ଶ୍ରମିକ ସଂଗଠନର ଶଙ୍କର ସାହୁ, ଦେବହରି ମହାନ୍ତି,ଙ୍କ ସମେତ ଆନ୍ଦୋଳନ କୁ ସମର୍ଥନ ଜଣାଉ ଥିବା ୩୮ ଟି ସଂଗଠନ ର କର୍ମକର୍ତ୍ତା ସାମିଲ ଥିଲେ।ସନ୍ଧ୍ୟାରେ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପଥ ପ୍ରାନ୍ତ ସଭା ରେ ବହୁ ବକ୍ତା ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ନେଇ ମତବ୍ୟକ୍ତ କରିଥିଲେ।ଦାବୀ ହାସଲ ପର୍ଯ୍ୟନ୍ତ ସାମି�
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO