
ଭୁବନେଶ୍ୱର, ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସ ସିଟ୍ ପାଇଁ ଅର୍ଥ ହଡପ ଘଟଣାରେ 2 ଅଭିଯକ୍ତଙ୍କ ବିରୁଦ୍ଧରେ ଭୁବନେଶ୍ବର ପିଏମଏଲଏ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି । ପ୍ରବର୍ତନ ନିର୍ଦେଶାଳୟ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡ ସହ ଜବତ 46ଲକ୍ଷକୁ ବାଜ୍ୟାପ୍ତି ପାଇଁ ଆବେଦନ କରିଛି । 2 ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।