ଭୁବନେଶ୍ୱର- ଭୁବନେଶ୍ୱର ଜନତା ମଇଦାନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ର ଚତୁର୍ଥ ସଂଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି ।
ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଅଂଶଗ୍ରହଣ କରିଛନ୍ତି । ପାରମ୍ପରିକ ଏବଂ ସମସାମୟିକ ହସ୍ତଶିଳ୍ପ, ହସ୍ତତନ୍ତ, ସ୍ଥପତିକାର ନିଜ ଦ୍ୱାରା ପ୍ରସ୍ତୁତ ସାମଗ୍ରିକୁ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ମେଳାରେ ୩୮୦ଟି ପ୍ରଦର୍ଶନ କକ୍ଷ ନିର୍ମାଣ କରାଯାଇଛି ।
ସିଡାକ୍ର ମେମ୍ବର ସେକ୍ରେଟେରୀ ସିତିକାନ୍ତ ଷଡଙ୍ଗୀ ଓ ବିଭାଗୀୟ ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଗାୟକ ତାରିକ୍ ଅଜିଜ୍ ଭାରତର ସୈନିକମାନଙ୍କ ଉଦେ୍ଧଶ୍ୟରେ ତାଙ୍କର ସଂଗୀତକୁ ଉତ୍ସର୍ଗ କରି “ସଦେଶ ଆତେ ହେଁ…’ରୁ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମନସ୍ୱନୀ ପଟ୍ଟନାୟକଙ୍କ “ନିଝୁମ ରାତିର ସାଥୀ…’, ଚଳିତ ବର୍ଷର ରାଜ୍ୟ ପୁରସ୍କାରପ୍ରାପ୍ତ ବିଭିନ୍ନ ଭାଷାରେ ୮୦ଟି ଗୀତ ଗାଇଥିବା ପ୍ରସିଦ୍ଧ ଗାୟିକା ଅନ୍ତରା ଚକ୍ରବର୍ତୀଙ୍କର “ଚୁଲ୍ବୁଲି’, “ମୁଁ ଚଂଚଳ ନଈ’ ଭଳି ସଂଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରୋତ୍ସାହନରେ କଳାକାରମାନେ ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ ।
ତୋଷାଳି ମେଳାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ହସ୍ତ କଳାକୃତିର ପ୍ରସ୍ତୁତି ପ୍ରଣାଳୀ ସିଡାକ୍ର
ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଛି । ମୁଖ୍ୟତଃ ପଥରଖୋଦେଇ, ଟେରାକୋଟା, ·ନ୍ଦୁଆ କାମ, ତାଳପତ୍ର ଖୋଦେଇ, ପଟ୍ଟଚିତ୍ର, କାଠ ଖୋଦେଇ ହସ୍ତଶିଳ୍ପଗୁଡ଼ିକର ପ୍ରସ୍ତୁତି ପ୍ରଣାଳୀ ସଂପର୍କରେ ଲୋକମାନଙ୍କୁ ଅବଗତ କରାଯାଉଛି । ସିଡାକ୍ ତରଫରୁ ବର୍ଷିକିଆ ଡିଜାଇନ୍ ତାଲିମ ନେଇଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ହସ୍ତଶିଳ୍ପ ସାମଗ୍ରୀର ଏକ ଷ୍ଟଲ୍ ମଧ୍ୟ ଖୋଲାଯାଇଛି । ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି ସଂପର୍କରେ ସୂଚନା ଦେବା ପାଇଁ ଏକ ଷ୍ଟଲ୍ ମଧ୍ୟ ଖୋଲାଯାଇଛି ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିଦେ୍ର୍ଧଶାଳୟ ଓ ବୟନଶିଳ୍ପ ନିଦେ୍ର୍ଧଶାଳୟ ଦ୍ୱାରା
କାର୍ଯ୍ୟକାରୀ କରାଯାଉଥିବା ବୁଣାକାର ଓ କାରିଗରମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ
ଦର୍ଶକମାନଙ୍କୁ ଅବଗତ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଛି । ଉତ୍ସାହୀ ଉଦ୍ୟୋଗୀମାନଙ୍କୁ
ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ପ୍ରକାର ଯୋଜନା ସହାୟତା ଓ ସୁଯୋଗ ସମ୍ବନ୍ଧୀୟ ଧାରଣା ଦିଆଯାଉଛି ।
ଓଡ଼ିଶା ସହିତ ୨୧ଟି ରାଜ୍ୟରୁ ଆସିଥିବା କାରିଗରମାନଙ୍କ ପାଇଁ ୩୩୦ଟି ହସ୍ତଶିଳ୍ପ ଷ୍ଟଲ୍ ଖୋଲାଯାଇଛି ।
ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡିଜାଇନରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଜାର ·ହିଦା ଉତ୍ପାଦଗୁଡ଼ିକ ଟେଷ୍ଟ ମାର୍କେଟିଂ ପାଇଁ ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ମଂଚରେ ପୁରୀର ପ୍ରସିଦ୍ଧ ଲୋକନୃତ୍ୟ ଗୋଟିପୁଅ ଓ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ନୃତ୍ୟ ଛଉ ପ୍ରଦର୍ଶିତ ହେବ ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶାର ଲୋକକଳା ଯଥା ଧୁଡ଼ୁକି, କେନ୍ଦରା, ପାଲା, ଦାସକାଠିଆ ଆଦି ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଦର୍ଶିତ ହେଉଛି । ଚଳିତ ବର୍ଷ ମେଳାକୁ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନିଆଯାଇଛି । ବ୍ରେଲି ଅକ୍ଷରରେ ମେଳା ସଂପର୍କିତ ସୂଚନା ପୁସ୍ତିକା ବଂଟନ କରାଯାଉଛି ।
ତୋଷାଳି ମେଳା ପ୍ରତିଦିନ ସକାଳ ୧୧ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଖୋଲା ରହୁଛି । ଏହି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ·ଲିବ ।