ଧର୍ମଶାଳା- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ବ୍ରହ୍ମବରଦା ଜୁନିଅର ମହାବିଦ୍ୟାଳୟର ଅଧ୍ୟାପକ ଡ. ଶଶିଭୂଷଣ ମହାନ୍ତିଙ୍କ ବାଇକ ଡିକିରୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଯାଇଥିବା ଜଣାପଡିଛି । ଗହଳି ପୂର୍ଣ୍ଣ ସ୍ଥାନରୁ ଲୋକଙ୍କ ସମ୍ମୁଖରୁ ଦୃବୃତମାନେ ଲୁଟ କରି ବାଇକରେ ଫେରାର ହୋଇଯାଇଥିଲେ । ସୂଚନା ଅନୁଯାୟୀ ଆଜି ଦିନ ୧.୩୦ ପାଖାପାଖି ସମୟରେ ଶିଶିଭୂଷଣ ବ୍ରହ୍ମବରଦା ବ୍ୟାଙ୍କଛକସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ଦେଢ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତି କରି ବାଇକ ଡିକିରେ ମହାବିଦ୍ୟାଳୟକୁ ଆସିଥିଲେ । ମହାବିଦ୍ୟାଳୟରୁ କାର୍ଯ୍ୟସାରି ସନ୍ଧ୍ୟାରେ କଲେକ କର୍ମଚାରୀଙ୍କ ସହିତ ପୁନଃର୍ବାର ବ୍ୟାଙ୍କୁ ଆସିଥିଲେ । ବ୍ୟାଙ୍କ ସମ୍ମୁଖରେ ବାଇ ରଖି ବ୍ୟାଙ୍କ ଯାଇଥିଲେ । ବ୍ୟାଙ୍କରୁ ଫେରିବା ପରେ ତାଙ୍କ ବାଇକରେ ଚା ପତି ଲାଗି ରହିଥିଲା । ଗାଡିକୁ ଧୋଇବା ପାଇ ଏକ ଦୋକାନରୁ ପାଣି ଆଣିବାକୁ ଯାଇଥିଲେ । ଫେରୁଥିବା ସମୟରେ କିଛି ଯୁବକ ବାଇକ ଡିକିରୁ ତାଲା ଖୋଲି ଟଙ୍କା ବ୍ୟାଗ ନେଇ ପଳାଇଥିଲେ । ଏହାକୁ ଦେଖି ଚିକ୍ରାର କରିଥିଲେ ମଧ୍ୟ ଦୃବୃତମାନେ ଏକ ବାଇକରେ ଫେରାର ହୋଇଯାଇଥିଲେ । ରିପୋର୍ଟ ଲେଖା ହେବା ଯାଏ ସ୍ଥାନୀୟ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି । ସୂଚନା ଥାଉକି ୧ ମାସ ପୂର୍ବେ ବନ୍ଧଡିହ ଗ୍ରାମରୁ ଜଣେ ମହିଳାଙ୍କ ଘର ସମ୍ମୁଖରୁ ଟଙ୍କା ବ୍ୟାଗ ଛଡାଇ ୨ ଜଣ ଦୃବୃତ ବାଇକ ସହ ଫେରାର ହୋଇଯାଇଥିଲେ । ଘଟଣାର ୨ ଦିନ ପରେ ବ୍ରହ୍ମବରଦା ପୁଲିସ ହରିପୁର ଅଂଚଳରୁ ୨ ଦୃବୃତଙ୍କୁ ଗିରଫ କରିବା ସହିତ ବ୍ୟବହୃତ ଏକ ଚୋରା ଆପାଚି ବାଇକକୁ ଜବତ କରିଥିଲା ।
Related Stories
December 14, 2024