
ଭଦ୍ରକ- ଭଦ୍ରକସ୍ଥିତ ଆସିୟାନା ମୁକ୍ତାଶ୍ରୟ କେନ୍ଦ୍ରର କର୍ମକର୍ାଙ୍କୁ ଚକ୍ମା ଦେଇ ଖସି ପଳାଇଥିବା ଜନୈକା ନାବାଳିକାକୁ ଆଜି ଉଦ୍ଧାର କରାଯାଇଛି। ଭଦ୍ରକ ପୁରୁଣାବଜାର ଥାନାଧିକାରୀ ରତିକାନ୍ତ ଗିରି ନାବାଳିକାର ପିତା-ମାତା ଓ ଆସିୟାନାର କର୍ମକର୍ା ରିଆଜ ଅହେମ୍ମଦ ପ୍ରମୁଖ ଭଦ୍ରକ ବ୍ଲକ୍ ପରସିଙ୍ଗା ଗ୍ରାମରୁ ତାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରିଥିଲେ। ନାବାଳିକାଟିର ବୟାନ ରେକର୍ଡ କରାଯିବା ପରେ ତାଙ୍କୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏଠାରେ ସୂଚନାେଯାଗ୍ୟ ଏକ ଅପହରଣ ମାମଲାରେ ତିିହିଡି ପୁଲିସ୍ ଏହି ନାବାଳିକାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ଜରିଆରେ ଆସିୟାନା ମୁକ୍ତାଶ୍ରୟ କର୍ୃପକ୍ଷଙ୍କ ଜିମା ଦେଇଥିଲା। କିନ୍ତୁ ଅପରାହ୍ନରେ ଅନୁଷ୍ଠାନର କର୍ମକର୍ାଙ୍କ ଅନ୍ୟମନସ୍କତାର ସୁେଯାଗରେ ସେ ଖସି ପଳାଇଥିଲା। ଅନେକ ଖୋଜାଖୋଜି ପରେ ତାର କୌଣସି ପା ନମିଳିବାରୁ ଆସିୟାନା ପକ୍ଷରୁ ପୁରୁଣାବଜାର ଥାନାରେ ଲିଖôତ ଅଭିେଯାଗ କରାଯାଇଥିଲା। ତେବେ ସଂପୃକ୍ତା ନାବାଳିକା ପରସିଙ୍ଗାର ଜନୈକ ବ୍ୟକ୍ତିଙ୍କ ଘରେ ପହôଥିବାର ଖବର ମିଳିବା ପରେ ତାଙ୍କୁ