ବ୍ରହ୍ମପୁର : ବରିଷ୍ଠ କବି ଗିରିଶ ପାଢ଼ୀଙ୍କ ଅକାଳ ବିୟୋଗ ଯୋଗୁ ବ୍ରହ୍ମପୁର ସାହିତ୍ୟ ପରିଷଦ ଦ୍ୱାରା ଏକ ସ୍ମୁତି ସଭା ସ୍ତାନୀୟ ଗୋଇଲୁଣ୍ଡି ସ୍ଥିତ ଗୋକନେଶ୍ୱର ପାଠାଗାର ଠାରେ ଅନୁଷ୍ଠିତ ହୋଇଛି। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ସୁଶାନ୍ତ ଦାସ ଏକସ୍ମୁତି ସଭାର ଅଦକ୍ଷତା କରିଥିଲେ। ଅଭିନେତା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଜଗନମୋହନ ମହାପାତ୍ର ପ୍ରଦୀପ ପ୍ରଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ନିଜ ଭାଷଣରେ ଗିରିଶ ବାବୁଙ୍କ ଜୀବନ ଓ ସାହିତ୍ୟ ବିଷୟରେ ଅଲୋଚନ କରିବା ସହ ସେ ଏକ ସଚୋଟ ଓ ସାଧାରଣ ମଣିଷ ଥିଲେ ବୋଲି ଦର୍ଶାଇଥିଲେ। ବ୍ୟକ୍ତିତ୍ୱ ଭାବେ କବୟିତ୍ରୀ ଅଞ୍ଜଳି ଦାସ ସ୍ମୁତି ଚାରଣ କରି କହିଥିଲେ ଗିରିଶ ବାବୁ ଜଣେ ପ୍ରଭାବଶାଳୀ ତାଙ୍କର କବିତା ଉଚ୍ଚକୋଟିର ତାଙ୍କର ବିୟୋଗରେ ଓଡ଼ିଆ ସାହିତ୍ୟର ଅନେକ କ୍ଷତି ହେବ ବୋଲି ନିଜ ବକ୍ତବ୍ୟରେ ଦର୍ଶାଇଥିଲେ। ଶିଶୁ ସାହିତ୍ୟିକ ସୁଶାନ୍ତ କର ଯୋଗଦାନ କରିବା ସହ ଅନେକ ପୁରସ୍କାର ଗ୍ରହଣ କରିଥିଲେ। କେବଳ ନିଜର ସୁଜନକୁ ହି ଗିରିଶ ବାବୁ ପ୍ରାଧ୍ୟାନ ଦେଇଥିଲେ ବୋଲି କହିଥିଲେ। କବି ପ୍ରଫୁଲ୍ଲ ତ୍ରିପାଠୀ ମଂଚାସିନ ଥିବା ବେଳେ ଲଷ୍ମୀନାରାୟଣ ଦାସ,ଭାଗ୍ୟଲଷ୍ମୀ ମହାରଣା ପ୍ରମୁଖ ସ୍ମୁତି ଚାରଣ କରିଥିଲେ। ଦୀପ୍ତିଲେଖା ମିଶ୍ର ସ୍ୱାଗତ ପ୍ରଦାନ କରିଥିବା ବେଳେ ଉକ୍ତ ସଭାରେ କବି ବିଜୟ ପାତ୍ର, ତ୍ରିନାଥ ନାୟକ, ନରେନ୍ଦ୍ର ଦାସ, କବି ପ୍ରସନ୍ନ କୁମାର ସାହୁ, ଆର ସୁନନ୍ଦା ଚୌଧିରି, ବନ୍ଦନା ମହାପାତ୍ର ଭଳି ଅନେକ ସୁ ସାହିତ୍ୟକ ଯୋଗଦାନ କରିଥିଲେ। କବି ଅଜିତ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 21, 2024
November 21, 2024