
ଭଦ୍ରକ – ଭଦ୍ରକୀୟ ଅସ୍ମିତାର ପ୍ରତୀକ ଓ ଆଦ୍ୟ ଜିଲ୍ଲା ମହୋତ୍ସବ ଭଦ୍ରକ ଜିଲ୍ଲା ସାଂସ୍କୃତିକ ସମ୍ମେଳନ ତ୍ୟାଗଭୂମି-୨୦୧୯ର ୫ମ ସନ୍ଧ୍ୟା ଭଦ୍ରକ ମାଟିର ଗୌରବୋଦୀପ୍ତ ବରପୁତ୍ର ଉକ୍ରଳକେଶରୀ ହରେକୃଷ୍ଣ ମହତାବଙ୍କୁ ସମର୍ପିତ ସମାବେଶରେ ‘ସାଂପ୍ରତିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦୃଷ୍ଟି’ ଶୀର୍ଷକ ତା୍ବିକ ଆଲୋଚନା କରାଯାଇଥିଲା। ସୁସାହିତ୍ୟିକ ଡାକ୍ତର ଦୁରେ୍ଯ୍ୟାଦନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ୫ମ ସାନ୍ଧ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବରେ ବିଶ୍ବ ଶିକ୍ଷକ ମହାସଂଘର ସଭାପତି ଡ. ଅମୀୟ କୁମାର ମହାନ୍ତି ଏବଂ ମୁଖ୍ୟବକ୍ତା ଭାବରେ ପ୍ରଫେସର ରାଜକିଶୋର ସାହୁ େଯାଗ ଦେଇ ବିଶ୍ବର ବିଭିନ୍ନ ରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥା ଓ ଭାରତୀୟ ଶିକ୍ଷା ବ୍ୟବସ୍ଥାର ତୁଳନାତ୍ମକ ଆଲୋଚନା ରଖô, ଶିକ୍ଷା ବ୍ୟବସ୍ଥାରେ ନୈତିକତା, ଚରିତ୍ର ଗଠନ ନିମନ୍ତେ ପାଠ୍ୟ ଖସଡ଼ାକୁ ଗୁରୁତ୍ବ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। କୌଣସି ରାଷ୍ଟ୍ରର ସୁରକ୍ଷା, ପ୍ରଗତି, ଶାନ୍ତି ପ୍ରତିଷ୍ଠା ନିମନ୍ତେ େଯଉଁ ପ୍ରକାର ନାଗରିକ ନିର୍ମାଣର ଆବଶ୍ୟକତା ରହିଛି, ତାହା କେବଳ ଶିକ୍ଷା ବ୍ୟବସ୍ଥା ଦ୍ବାରା ହó ସମ୍ଭବ ହୋଇ ପାରିବ ା ତେଣୁ େଯଉଁ ଶିକ୍ଷା ଜୀବିକା ଅପେକ୍ଷା ଜୀବନ ନିର୍ମାଣକୁ ପ୍ରାଧାନ୍ୟ ଦିଏ, ତାହା ହó ପ୍ରକୃତ ଶିକ୍ଷା ବୋଲି ମତ ପ୍ରକାଶ ପାଇଥିଲା। ଉତ୍ସବ ପ୍ରାରମ୍ଭରେ ଅଧିବକ୍ତା ଗଦାଧର ବଳ ମହତାବଙ୍କ କୃତି ଓ କୃତିତ୍ବ ସମ୍ବନ୍ଧରେ ବିଶଦ ବ୍ୟାଖ୍ୟା ସହିତ ଅତିଥିମାନଙ୍କୁ ମକୁ ନିମନ୍ରଣ କରିଥିବା ବେଳେ ବରିଷ୍ଠ ସଦସ୍ୟ ଶାନ୍ତନୁ କୁମାର ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଅଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କେନ୍ଦୁଝରର ବୀଣାପାଣି କଳାନିକେତନର କାଳାକାରମାନେ ନୃତ୍ୟ ସଂଗୀତ ପରିବେଷଣ କରି ମନୋରଂଜନ କରିଥିଲେ।