

ଭଦ୍ରକ – ସହିଦଙ୍କ ସ୍ମୃତିରେ ଜନୈକ ବୃଦ୍ଧ ସାଇକେଲ୍ରେ ଉର ଭାରତ ଭ୍ରମଣ କରୁଛନ୍ତି। ଏହି ବୃଦ୍ଧ ଜଣକ ହେଲେ ବିହାର ନେହେରୁପୁର ଅଂଚଳର ଷୋହନଲାଲ ଆଜାଦ୍। ହାତରେ ସାଇକେଲ୍, ତ୍ରିରଙ୍ଗା ବାନ୍ଧି ଦେଶର ସହିଦଙ୍କୁ ସମ୍ମାନ ସହ ଜାତୀୟ ଏକତା ଓ ଅଖଣ୍ଡତାର ବାର୍ା ନେଇ ସେ ଘରୁ ବାହାରିଛନ୍ତି। ଇତିମଧ୍ଯରେ ସେ ଆଲ୍ଲାହାବାଦ, ଜାଲିଆନାଓ୍ବାଲାବାଗ୍ ଓ ଦିଲ୍ଲୀରୁ ଫେରି ଏବେ ଓଡ଼ିଶାର ଜାତୀୟ ରାଜପଥରେ ନିଜର ଯାତ୍ରା ଚଳାଇଛନ୍ତି। ଆଜି ଭୋର୍ର ସମୟରେ ଭଦ୍ରକର ବନ୍ତଛକ ଦେଇ ସେ ୧୬ନଂ ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ସେ କିଛି ସମୟ ଅଟକିଯାଇଥିଲେ। ସେ ତାଙ୍କର ଏହି ଯାତ୍ରାର ନାମ ସହିଦ ୟାଦ୍ଗାର ଯାତ୍ରା ରଖôଛନ୍ତି।