ଭୁବେନଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଲେଖିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ରାଜ୍ୟକୁ ବିକାଶ ମାର୍ଗରେ ଆଗେଇ ନେବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରୁଥିବା ତାଙ୍କ କାଳଜୟୀ ସୃଜନସୃଷ୍ଟି ପାଇଁ ସେ ସର୍ବଦା ସ୍ମରଣୀୟ।