ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହି ଅବସରରେ ସେ ଟ୍ୱିଟ କରି କହିଛନ୍ତି ଯେ ନନ୍ଦିନୀ ଦେବୀ ଆମ ଓଡ଼ିଆ ଲୋକ ମାନଙ୍କର ସର୍ବଭାରତୀୟ ପରିଚୟ । ଖୁବ କମ୍ ସମୟ ମଧ୍ୟରେ ସାମାଜିକ, ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ସେ ଯେଉଁ କୀର୍ତ୍ତିମାନ ପ୍ରତିଷ୍ଠା କରି ଯାଇଛନ୍ତି, ତାହା ସବୁ ଦିନ ପାଇଁ ନୂଆ ପିଢିର ସାମାଜିକ ଓ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରିତ କରିବ ।