
ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଖମାରୀ ମା ହରଗୌରୀ କ୍ରିକେଟ କ୍ଲବ ଆନୁକଲ୍ୟରେ ଚାଲିଥିବା ୨୫ତମ ଟେନିସ ବଲ କ୍ରିକେଟ୍ ଟୁର୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଖମାରୀ ଗ୍ରୀନ ପାର୍କ ପ୍ଲେ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମେଦିନୀପୁର ଦଳ କର୍ଲାଗୁଡ଼ା ଦଳକୁ ପରାସ୍ତ କରିଥିଲେ।
କର୍ଲାଗୁଡ଼ା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ଆଠ ଓଭରରେ ୯୦ ରନ୍ ସଂଗ୍ରହ କରିଥିଲେ। ଜବାବରେ ମେଦିନୀପୁର ସାତ ଓଭର ଦୁଇ ବଲରେ ଦୁଇ ୱିକେଟ୍ ହରାଇ ବିଜୟ ହୋଇଥିଲେ। ମେଦିନୀପୁର ଦଳ ପକ୍ଷରୁ ଜଗନ ୧୭ଟି ବଲରେ ୪୧ ରନ୍ ସଂଗ୍ରହ କରିଥିଲେ ଓ ଦୁଇ ଓଭରରେ ସାତ ୱିକେଟ୍ ନେଇଥିଲେ ଭୁଟେ। ଜଗନ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷର ସୁନୀତା ଶବର ରନର୍ସ ଅପ ଦଳକୁ ୧୨ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ ଓ ବିଜେତା ଦଳକୁ ୨୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଗାଇଗା ସରପଞ୍ଚ ପ୍ରମୋଦ କୁମାର ସାହୁ ଓ ଗୋକୁଲେଶ୍ଵର ସରପଞ୍ଚ କେଶୁଲାଲ ତାଣ୍ଡି, ଅଥିତି ଭାବେ ଭୁବନେଶ୍ଵର ଶବର ଜିତେନ୍ଦ୍ର ପ୍ରଧାନ, ଭାନୁ ଦୁର୍ଗା, ମନୁ ଦୁର୍ଗା, ମାଧବାନନ୍ଦ ତାଣ୍ଡି, ଈଶ୍ଵର ଶବର, ଲମ୍ବୋବତି ଶବର ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଦାୟିତ୍ଵ ନିର୍ବାହ କରିଥିଲେ ପ୍ରଫୁଲ୍ଲ ମାଝୀ ଓ ମଣି ମଝୀ। ମ୍ୟାଚ ପରିଚାଳନା କରିଥିଲେ ଅମ୍ପିଆ ମିଥୁନ ମାଝୀ ଓ ଭୂଜରାଜ ମାଝୀ। ଆଙ୍କରିଂ କରିଥିଲେ ଯୋଶୋବନ୍ତ କୁମାର ଓ ରସିକ ସୁନା।
ମ୍ୟାଚ ପରିଚାଳନାରେ ଲଳିଥ ମାଝୀ, ଶଙ୍କର ମାଝୀ, ଦେବେନ୍ଦ୍ର ମାଝୀ, ମନ୍ତ୍ୟ ମାଝୀ, ପରମେଶ୍ଵର ମାଝୀ, ଭିକି ତାଣ୍ଡି, ଖମାରୀ ମାଝୀ। ହର ଗୌରୀ କ୍ରିକେଟ କ୍ଲବର ସଦସ୍ୟାମାନେ ଏଥିରେ ସହଯୋଗ କରିଥିଲେ।