
ଜଗନ୍ନାଥ ପ୍ରସାଦ :୧୫.୧୨.୨୦୧୯ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ଜଗନ୍ନାଥ ପ୍ରସାଦ ଗ୍ରାମପଞ୍ଚାୟତର ଆଜ୍ଞାପ୍ରସାଦ ଗ୍ରାମରେ ରବିବାର ଦିନ ସକାଳୁ ସଫେଇ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସରୋଜ କୁମାର ନାୟକ ଓ ସମ୍ପାଦକ ସନାତନ ପ୍ରଧାନଙ୍କ ନେତୃତ୍ବରେ ସ୍ଵେଚ୍ଛାସେବୀ ମାନେ ଗ୍ରାମର ମୁଖ୍ୟ ରାସ୍ତାଘାଟ, ସାହି, ସ୍କୁଲପାଖ, ମନ୍ଦିର ପାର୍ଶ୍ଵ ଓ ପୋଖରି ପାଖ ସଫେଇ କରିବା ସହିତ ପୋଖରୀରୁ ଦଳ ଉଦ୍ଧାର କାର୍ଯ୍ୟ କରିଥିଲେ । ସ୍ଵେଚ୍ଛାସେବୀ ମାନେ ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ନିଶା ନିବାରଣ ପଲିଥିନ୍ ବର୍ଜନ ଓ ପ୍ଲାଷ୍ଟିକ୍ ମୁକ୍ତ ଓଡିଶା ଗଠନ କରିବା ଲାଗି ପଦଯାତ୍ରା ଓ ସଚେତନତା ସଭା ଓ ପଥ ପ୍ରାନ୍ତ ନାଟକ କରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୫ ରୁ ଉର୍ଦ୍ଧ ସ୍ଵେଚ୍ଛାସେବୀ ଯଥା ଜିତେନ୍ଦ୍ର ପ୍ରଧାନ, ସମିର୍ ରଞ୍ଜନ ପାତ୍ର, ନିରଞ୍ଜନ ଆରୁଖ, ଗୋପାଲ ନାୟକ, ଚନ୍ଦନ ବିଶ୍ଵାଳ ଦୀପକ ବେହେରା, ଜିତୁ ନାଇକ, ବନମାଳୀ ପ୍ରଧାନ, ନବ କିଶୋର ବେହେରା, ବିଶ୍ଵ ଭୂଷଣ ସାହୁ, ନନ୍ଦନ ବିଶ୍ଵାଳ, ସନ୍ତୋଷ କୁମାର ଡାକୁଆ, ଚନ୍ଦନ ପ୍ରଧାନ, ଫକିର୍ ମୋହନ ସେନାପତି, ପିଣ୍ଟୁ ସେଠି, ସୁବ୍ରତ କୁମାର ଗୌଡ, ରାଜା ବେହେରା, ଅଶୋକ ବାରିକ, ଜିତେନ୍ଦ୍ର କୁମାର ସାହୁ, ଦୀପକ ସେଠି, ଅଜିତ ବେହେରା, ଅଟଳ ବିହାରୀ ନାୟକ, ସମୀର ନାୟକ, ପ୍ରକାଶ ପାତ୍ର ଓ ଗ୍ରାମର କିଛି ସ୍ଵେଚ୍ଛାସେବୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ସୁରକ୍ଷା ସ୍ଵେଚ୍ଛାସେବୀ ସଂଗଠନ ହାତକୁ ନେଇ ଥିବାରୁ ଗ୍ରାମବାସୀ ମାନେ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେବା ସହ ସଂଗଠନର ଉତ୍ତୋରାତ୍ତର ଉନ୍ନତି କମନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO