
ପୁରୀ ,ମର୍ମନ୍ତୁଦ ରେଳ ଦୁର୍ଘଟଣା ର ଦୁଃଖ ଭିତରେ ଉଦଯାପିତ ହୋଇଯାଇଛି ଜାତୀୟ ଲୋକମେଳା ଓ କୃଷିମେଳା। ପ୍ରାରମ୍ଭରେ ଉତ୍ସବ କମିଟି ଅଧ୍ୟକ୍ଷ ବଦ୍ରି ମିଶ୍ର ଶୋକ ପ୍ରସ୍ତାବ ଆଗତ କରିବା ପରେ,ଶହଶହ ଭାରତୀୟଙ୍କ ମୃତ୍ୟୁ ପାଇଁ ଶୋକାଞ୍ଜଳି ଦେଇଥିଲେ ଭାରତବର୍ଷ ର ୫୭୦ଜଣ କଳାକାର।ବିନା ନାଚ-ଗୀତରେ ଅତିଥିମାନେ କୃଷି ମେଳା ରେ ପ୍ରଦର୍ଶିତ ଶ୍ରେଷ୍ଠ ଷ୍ଟଲ ଭାବେ କୃଷି ବିଜ୍ଞାନ କେନ୍ଦ୍ର, ଓୟୁଏଟି ଭୁବନେଶ୍ଵର, ଦ୍ବିତୀୟ-ସିଏସଆଇଆର, ଦିଲ୍ଲୀ ଓ ତୃତୀୟ- ସିଡିଏମଓ, ପୁରୀକୁ ପୁରସ୍କାର ପ୍ରଦାନ କରିଥିବା ବେଳେ, ଗୋଆ ର ଦଳପତି ଉଦୟ ଝମାଜିକ୍,କେରଳ ଦଳର ବି.ଭାସ୍କରନ୍, ଆସାମ ର ସ୍ବିଟି ସରକାର, ଗଞ୍ଜାମ ର ଶ୍ୟାମଘନ ବେହେରା, କଲିକତାର ବାଉଲ୍ ସଂଗୀତ ଟ୍ରୁପ୍,ସହ ଦେଶର ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା ସାଂସ୍କୃତିକ ଦଳମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ରାଜ୍ୟ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତାର ନିର୍ଦ୍ଦେଶକ ଆଶିଷ ଗିରି ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂପାଦକ ରାଜେଶ୍ କୁମାର ମହାନ୍ତି ଏକବିଂଶ ଲୋକମେଳା ଓ ଚତୁର୍ଦଶ କୃଷିମେଳା ର ସଫଳତା ଉପରେ ରିପୋର୍ଟ ପ୍ରଦାନ କରିଥିଲେ।ପରେ ଏହି କାର୍ଯ୍ୟକ୍ରମ, ସଂଯୋଜକ ହେକ୍ଟର ମିଶ୍ର, ଅଭ୍ୟର୍ଥନା କମିଟି ର ମଧୁସୂଦନ ମିଶ୍ର,ଉତ୍ସବ କମିଟି ର ବିଶ୍ଵନାଥ ମିଶ୍ର, ପ୍ରଚାର ପ୍ରସାର କମିଟି ର ପ୍ରଦ୍ୟୁମ୍ନ ସାଥୁଆ, ସାଂସ୍କୃତିକ ସଂପାଦକ ଶ୍ୟାମପ୍ରକାଶ ସେନାପତି ଭରତ ନାୟକ, ପ୍ରଫୁଲ୍ଲ କୁମାର ସାମନ୍ତରାୟ ମଞ୍ଚାସିନ ଥିବାବେଳେ ଦାମୋଦର ଶତପଥୀ,ଗୌତମ ମିଶ୍ର, ବିଦ୍ରୋହ ସିଂ, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ପୁଷ୍କର ସାହୁ, ସଂଗ୍ରାମ କାନୁନଗୋ, ସୌମ୍ୟରଞ୍ଜନ ମିଶ୍ର, ଦେବେନ୍ଦ୍ର ମହାପାତ୍ର,ପ୍ରଭାସ ମହାନ୍ତି ପରିଚାଳନା କରିଥିଲେ।ଲୋକମେଳାର ସଫଳ ଉଦଘୋଷକ ତଥା ସଞ୍ଚାଳନ ଚନ୍ଦ୍ରଵିଜୟୀ ମିଶ୍ରଙ୍କୁ ଅତିଥିମାନେ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରିଥିଲେ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO