
ଭଦ୍ରକ – ରାଷ୍ଟ୍ରୀୟ ନାଗରିକ ସଂଶୋଧନ ବିଲ୍କୁ ନେଇ ଉପୁଜିଥିବା ବିବାଦ ପରିପ୍ରେକ୍ଷୀରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ଯାଜପୁର ବିଧାୟକ ବବି ଦାସଙ୍କ ନେତୃତ୍ବରେ ଭଦ୍ରକ ଚଉଦ ମହଲାର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟର ତୃତୀୟ ମହଲା ସ୍ଥିତ କନ୍ଫରେନ୍ସ ହଲରେ ଭେଟି ଦୀର୍ଘ ଅଧ ଘାରୁ ଉଦ୍ଧ୍ର୍ବ ସମୟ ଧରି ଆଲୋଚନା କରି ନିଜର ଉଦ୍ବେଗ ଜଣାଇଥିଲେ। ଉକ୍ତ ବୈଠକରେ ମୁଖ୍ୟମନ୍ରୀଙ୍କ ସହ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧି ମଣ୍ଡଳରେ ମୁସ୍ଲିମ୍ ଜମାତ୍ର ଅବଦୁଲ ବାରୀ, ଇକ୍ବାଲ ଖାଁ, ସରୋ ଖାନ୍, ଅବଦୁଲ ମୁକିତ୍, ତାହେର ମହମ୍ମଦ, ଜମିଲ ଖାନ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ବୈଠକ ପରେ ମୁଖ୍ୟମନ୍ରୀ ପ୍ରକାଶ କରିଥିଲେ େଯ ଓଡିଶାରେ ଏନ୍ଆର୍ସି ଲାଗୁ କରାଯିବ ନାହିଁ ତଥା ଏଠାରେ ବସବାସ କରୁଥିବା ସଂଖ୍ୟାଲଘୁ ମାନଙ୍କର ସ୍ବାର୍ଥ ରକ୍ଷା କରିବାକୁ ତାଙ୍କ ସରକାର ସବୁ ପ୍ରକାର ଉଦ୍ୟମ କରିବ। ବିଧାୟକ ଶ୍ରୀ ମଲ୍ଲିକଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବା ବେଳେ ରାଜ୍ୟ ଶିକ୍ଷକ ନେତା ହାଜୀ ତବରେଜ ଖାନ୍, ଜିଲ୍ଳା ଶିକ୍ଷକ ନେତା ଜାବେଦ୍ ଅଖ୍ତର, ଅବ୍ଦୁଲ ଜାବିର, ମୁଜିବୁର ରହେମାନ ଖାନ୍, ରିୟାଜ ଅହମ୍ମଦ, ନାରୀନେତ୍ରୀ ତାହେରା ଖାତୁନ ପ୍ରମୁଖ ସ୍ବାଗତ କରିବା ସହ ଭଦ୍ରକର ଭାଇଚାରା ଓ ସଂସ୍କୃତି ରକ୍ଷା କରିବା ନିମନ୍ତେ ଶ୍ରୀ ମଲ୍ଳିକ କାର୍ଯ୍ୟ କରୁଥିବାରୁ ଏହି ଶିକ୍ଷକ ନେତାମାନେ ତାଙ୍କୁ ଭେଟି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉ କି ରାଷ୍ଟ୍ରୀୟ ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିଲା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ଭଦ୍ରକ ପୁରୁଣାବଜାର ସ୍ଥିତ ମଦିନା ମଇଦାନରେ ଗତ ଗୁରୁବାର ଦିନ ଚଉଦ ମହଲା ଏବଂ ରାଷ୍ଟ୍ରୀୟ ଗାନ୍ଧୀ ଫାଉଣ୍ଡେସନ ତରଫରୁ ଏକ ବିରାଟ ପ୍ରତିବାଦ ସଭା କରାଯାଇ ବିଲକୁ ବିରୋଧ କରାଯାଇଥିଲା। ଏହି ଅବସରରେ ଏକ ଦାବୀପତ୍ର ମୁଖ୍ୟମନ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା।