
ଭଦ୍ରକ – ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା ପକ୍ଷରୁ ସଂଗଠନ ପର୍ବ – ୨୦୧୯ର ଏକ ବିଶେଷ ବୈଠକ ଜିଲ୍ଳା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଜ୍ୟ ସାଧାରଣ ସµାଦକ ପୃଥ୍ବୀରାଜ ହରିଚନ୍ଦନ, ପର୍ଯ୍ୟବେକ୍ଷକ ଭାବେ େଯାଗ ଦେଇଥିବା ବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ବିରି ନାରାୟଣ ତ୍ରିପାଠୀ େଯାଗ ଦେଇଥିଲେ। ଏହି ବୈଠକରେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ େଯାଗ ଦେଇ ଦଳକୁ ତୃଣମୂଳ ସ୍ତରରେ ସଂଗଠିତ କରିବା ପାଇଁ ଉପସ୍ଥିତ ନବ ନିର୍ବାଚିତ ମଣ୍ଡଳ ସଭାପତି, ଜିଲ୍ଲା ପ୍ରତିନିଧି ଓ ବରିଷ୍ଠ କାର୍ଯ୍ୟକର୍ା ମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ଜିଲ୍ଳାର ୩୦ଟି ମଣ୍ଡଳର ସଭାପତି ମାନଙ୍କ ନାମ ଘୋଷଣା କରାଯିବା ସହ ସେମାନଙ୍କୁ ସମ୍ବଦ୍ର୍ଧିତ କରାଯାଇଥିଲା। ଏହି କ୍ରମରେ ମା କାଳୀ ମଣ୍ଡଳ ସଭାପତି ଭାବେ ଲଲାଟେନ୍ଦୁ ରାୟ, ବାବା ଆଖଣ୍ଡଳମଣି ମଣ୍ଡଳ ସଭାପତି କିଶୋର ନାୟକ, ମା ଗଜଲକ୍ଷ୍ମୀ (ମତୋ) ଦୈତାରୀ ଦାସ, ମା ଘେଶ୍ବରୀ ମଣ୍ଡଳ ସଭାପତି ମିତ୍ରଭାନୁ ଦାସ, କାନ୍ତକବି ମଣ୍ଡଳ ସଭାପତି ସୁଧାଂଶୁ ପାଣିଗ୍ରାହୀ, ଐଶାନ୍ୟଚଣ୍ଡୀ ମଣ୍ଡଳ ସଭାପତି ପ୍ରମୋଦ ଦାସ, ସାହାଡ଼ା ସୁନ୍ଦରୀ ମଣ୍ଡଳ ପ୍ରଦୀପ କୁମାର ବଳ, ଲେଙ୍କଶ୍ବରୀ ମଣ୍ଡଳ ରାଜାରାମ ମହାକୁଡ଼, ଧାମନଗର ଦୀପ୍ତିରଂଜନ ଜେନା, ମୁକୁନ୍ଦଦେବ- ଅରବିନ୍ଦ ପତି, ସହିଦ ମଣ୍ଡଳ ଅଜୟ ବଳ, ଧୁଷୁରୀ ମଣ୍ଡଳ ସଦାଶିବ ପୋଥାଳ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ଭାବେ ଗିରିଶ ସାମଲ, ସୁବର୍ଣ୍ଣମୁଖୀ ମଣ୍ଡଳ- ପ୍ରଫୁଲ୍ଲ ସାହୁ, ବଳଦେବଜୀଉ ମଣ୍ଡଳ, ମୁକୁନ୍ଦ ଚନ୍ଦ୍ର ମଲ୍ଲିକ, ବନ୍ତ – ଖଗେଶ୍ବର ବେହେରା, ଡ. ମହତାବ ମଣ୍ଡଳ- ଗୋପାଳ କୃଷ୍ଣ ଦାସ, ବରଡ଼େଶ୍ବର ମଣ୍ଡଳ- ନବ କିଶୋର ବଳ, ଦେବରକୁଣ୍ଡ – ପ୍ରଭାକର ସାମଲ, ସାତଭଉଣୀ- ଆଦିକନ୍ଦ ନାୟକ, ଦାଣ୍ଡବାସୁଳୀ- ଉମ ପାତ୍ର, ଭଦ୍ରକାଳୀ- ନାରାୟଣ ସେନାପତି, ବେତଡା- ସୁବାସ ପ୍ରଧାନ, ପଦ୍ମପୁର- ମୁକ୍ତିକାନ୍ତ ଘଡାଇ, ରକ୍ତତୀର୍ଥ- ନିର୍ମଳ ଚନ୍ଦ୍ର ପଣ୍ଡା, ଚାନ୍ଦିମାଳ- ରମାାକନ୍ତ ସେଠୀ, ନାୟକାଣିଡିହି- ବିଶ୍ବନାଥ ବାରିକ, ବାସୁଦେବୁପର ପୌରପାଳିକା- ଭଗବାନ ମହାନ୍ତି, ଭଦ୍ରକ ପୌରପାଳିକା – ଗୋପାଳ ଚନ୍ଦ୍ର ସାହୁ, ଧାମନଗର ଏନ୍ଏସି- କୈଳାସ ମହାପାତ୍ର ମଣ୍ଡଳ ସଭାପତି ବୋଲି ନାମ ଘୋଷଣା କରାଯାଇଥିଲା।