ଭଦ୍ରକ – ପୁରୁଣାବଜାର ଥାନା ଅନ୍ର୍ତଗତ କଦମବେଢ଼ା ହରିହାଟ ଛକ ନିକଟରେ ଥିବା ଏକ ସେଲୁନ ମଧ୍ଯରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ମୃତକଜଣକ ହେଲେ କୁଆଁସ ଗୋପାଳ ସାହିର ସୁରେଶ ବାରିକ ଓ ସେ ଏହି ସେଲୁନର ମାଲିକ। ତେବେ ଦାରିଦ୍ର୍ୟର ତାଡ଼ନାରୁ ସୁରେଶ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି।
Related Stories
January 19, 2025
January 19, 2025