

ଧର୍ମଶାଳା – ଯାଜପୁର ଜିଲା ଚଣ୍ଡିଖୋଲସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ଅଖଣ୍ଡ ଶାନ୍ତି ଜ୍ଞାନ ଯଜ୍ଞ ଶିବିର ଆରମ୍ଭ ହୋଇଛି । ଭାରତର ସୁପ୍ରସିଦ୍ଧ ସନ୍ଥ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଶିବିର ଆରମ୍ଭ ହୋଇଛି । ଏହି ଶିବିରରେ ଗୀତା ଭାଗବତ, କୋରାନ,ବାଇବେଲ ଆଦି ଗ୍ରନ୍ଥରେ ଲେଖାଥିବା ନିର୍ଯ୍ୟାସ ଉପରେ ସ୍ୱାମୀ ନିରଞ୍ଜନଜୀ ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା କରିବେ । ମଣିଷ ଜନ୍ମର ଉଦେ୍ଧଶ୍ୟ କଣ ଓ ସେ କାହିଁକି ଜନ୍ମ ନେଇଛି, ଜନ୍ମର ଲକ୍ଷ୍ୟ କଣ, ମୁଁ କିଏ, ମୁ କାହିଁକି ମୋର ସମାଜରେ କାମ କଣ, ସମାଜରେ ମୋର ଦାୟିତ୍ୱ କଣ, ପରମାତ୍ମାଙ୍କ ଆମର ସମ୍ପର୍କ ଆଦି ବିଷୟରେ ସ୍ୱାମୀ ଜୀ ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଉପଦେଶ ଦେଇଥିଲେ । ସମାଜରୁ ଭ୍ରୁଣ ହତ୍ୟା ଅଧିକ ପରିମାଣରେ ରକ୍ତଦାନ କରିବା, ପରସ୍ପର ଭିତରେ ଶତ୍ରୁତା ଭାବ ନରଖିବା, ଜୀବଙ୍କ ପ୍ରତି ଦୟାଭାବ ଦେଖାଇବା, ମାଦକ ଦ୍ରବ୍ୟ ସେବ ନକରିବା ଆଦି ଜନସାଧାରନଙ୍କୁ ଉପଦେଶ ଦେବା ଏହି ଜ୍ଞାନଯଜ୍ଞ ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି ସ୍ୱାମୀଜୀ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ କହିଥିଲେ । ଚଣ୍ଡିଖୋଲ ବେଦାନ୍ତ ସମିତି ଆନୁଲୁଲ୍ୟରେ ୮ଦିନ ଧରି ଏହି ଶିବିର ଚାଲିବ ବୋଲି ଜଣାଯାଇଛି ।