ବଲାଙ୍ଗିର, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅପ୍ରେଲ ୨୫ରେ ବିଶ୍ଵ ମେଲେରିଆ ଦିବସ ବଲାଙ୍ଗିର ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପରିସରରେ ପାଳନ କରାଯାଇଛି।
ମ୍ୟାଲେରିଆ ରୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଲାଗି ଏହି ଦିବସରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଏବଂ ବିଶ୍ଵ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମଗ୍ର ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବା ହେଉଛି ମୂଳ ଲକ୍ଷ ଓ ପ୍ରତ୍ୟେକ ଗ୍ରାମ ଠୁଁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆମ ଲୋକ ମାନଙ୍କୁ ମେଲେରିଆ ସମ୍ପର୍କିତ ସଚେତନ କରାଇ ପାରିଲେ ମେଲେରିଆ ଦୂର ହୋଇପାରିବ ବୋଲି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଆଶିଷ ବିଶ୍ଵାସ ସଭାରେ ଅଧ୍ୟକ୍ଷତା କରି ଉପସ୍ଥିତ ସବୁ ଜନସାଧାରଣ ତଥା ରୋଗୀ ମାନଙ୍କୁ ଜଣାଇଥିଲେ।
ସଚେତନତା ଦୃଷ୍ଟିରୁ କାର୍ଯ୍ୟକ୍ରମ ଗୁଡିକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମବାସୀ ମାନଙ୍କୁ ମ୍ୟାଲେରିଆ ରୋଗର କାରଣ, ଏହାର ଲକ୍ଷଣ, ଚିକତ୍ସା ଏବଂ ନିରାକରଣ ଏବଂ ଏହାକୁ କିପରି ବିଭିନ୍ନ ଅଭିନଵ ପନ୍ଥା ଅନୁସରଣ କରି ମ୍ୟାଲେରିଆ ପ୍ରକୋପ କମାଇ ହେବ ଓ ଲୋକଙ୍କ ଜୀବନ ରକ୍ଷା କରିବା ସେ ବିଷୟରେ ମୁଖ୍ୟ ସ୍ଵାସ୍ଥ୍ୟ ସେବିକା, ଶ୍ରୀମତୀ ମାମୀ ସିଂଦେଓ ଓ ରୋଜାଲିନା ହୋତା ଜଣାଇଥିବା ବେଳେ ମେଲେରିଆକୁ କିଭଳି ଚିହ୍ନଟ କରାଯିବ ଏହାର ସଠିକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ସ୍ଵାସ୍ଥ୍ୟକେନ୍ଦ୍ରର ପ୍ରଯୁକ୍ତି ରିରୀକ୍ଷକ ସତ୍ୟବ୍ରତ ଷଡ଼ଙ୍ଗୀ ସଭିଙ୍କୁ ଅବଗତ କରାଇଥିଲେ। ମେଲେରିଆର ମୂଳତ୍ପାଟନ କରିବା ଅତି ଆବଶ୍ୟକ ଓ ଏଥିପାଇଁ ଜନ ସମୂହଙ୍କ ସହଯୋଗ ଓ ସଚେତନତା କରାଯିବା ସଂଗେ ସଂଗେ ସରକାରଙ୍କ ସହଯୋଗରେ ନିର୍ଧାରିତ କାର୍ଯ୍ୟକ୍ରମ ମାନେ ସଠିକ କରାଇ ପାରିଲେ ମେଲେରିଆଜନିତ ରୋଗକୁ ଦୂର କରାଯାଇପାରିବ ବୋଲି ନେସନାଲ ପିସ ଊନୀସନର ନିର୍ଦେଶକ ଓ ଚେୟାର୍ରମେନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଜଣାଇଥିଲେ।
ଉପରୋକ୍ତ ଦିବସରେ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ସତ୍ୟବ୍ରତ ଷଡ଼ଙ୍ଗୀ, ରୋନି ବଗର୍ତ୍ତୀ, ଅଞ୍ଜଳି ନାଗ, ବିପିନ ବିହାରୀ ସେଟ, ଦାଶରଥି ପ୍ରଧାନ, ସଭ୍ୟ ସଭ୍ୟା ବୃନ୍ଦ, ସ୍ଥାନୀୟ ଆଶା ଦିଦି, ସ୍ଵାସ୍ଥ୍ୟ କର୍ମୀ, ଜନସାଧାରଣ ଉପସ୍ଥିତ ରହି ଦିବସକୁ ସାଫଲ୍ୟ କରାଇଥିଲେ। ସଭା ଶେଷରେ ସ୍ଵାସ୍ଥ୍ୟକେନ୍ଦ୍ରର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।