
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ଶ୍ରୀକ୍ଷେତ୍ରରେ ହେବାକୁ ଥିବା ସାହିଯାତକୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ପ୍ରସ୍ତୁତି ବୈଠକ ବାଲି ସାହି ଆଖଡାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହେବାକୁଥିବା ସାହିଯାତକୁ ଜିଲ୍ଲା ପ୍ରଶାସନ ଓ ଆଠ ସାହି ଆଖଡାର ମୁରବୀଙ୍କ ଊପସ୍ଥିତରେ ସାହିଯାତକୁ କିପରି ସରସ ସୁନ୍ଦର କରାଯାଇପାରିବ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ସାହିରେ ଶାନ୍ତି କମିଟି ଗଠନ ହେବା ସହିତ ଯାତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଥିଲେ । ପ୍ରତ୍ୟେକ ସାହିରେ ଥିବା ଛୋଟ ବଡ ସମସ୍ୟା କୁ ଯଥା ଶୀଘ୍ର ଶେଷ କରିବା ପାଇଁ ସ୍ଥିର କରିବା ସହିତ ଏହି ପାରମ୍ପରିକ ଉତ୍ସବ ରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ କରିବେ ବୋଲି ସ୍ଥିର ହୋଇଛି ।କାର୍ଯ୍ୟକ୍ରମରେ ବାଲି ସାହିର ଚାଲିଯାଇଥିବା ପୁରୁଖା ମୁରବୀ ମାନଙ୍କ ନାମରେ ମରଣୋତ୍ତର ସମ୍ମାନ ପ୍ରଦାନ କରାଯଇଥିଲା ।
ଏହି ପ୍ରସ୍ତୁତି ବୈଠକରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭାରତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ଜଗନ୍ନାଥ କର, ମୁନିସିପାଲିଟି କାଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସଂସ୍କୃତି ଅଧିକାରୀ ହେମନ୍ତ୍ ବେହେରା, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ବାସେଳି ସାହି ଥାନା ଅଧିକାରୀ କୁଳମଣି ସେଠୀ , ଆଠ ସାହି ଆଖଡାର ସଭାପତି ଓ ବାଲି ସାହି ଆଖଡା ପକ୍ଷରୁ ତଳୁଛ ନୀଳକଣ୍ଠ ସିଂହାରୀ, ରଜତ ପ୍ରତିହାରୀ ଓ ଅନ୍ୟ ବୟୋଜ୍ୟେଷ୍ଠ ସଦସ୍ୟ ଉପସ୍ଥିତ ରହି ନିଜର ମତ ରଖିବା ସହିତ ଧନ୍ୟବାଦ ଦେଇଥିଲେ । ଚକ୍ରଧର ମହାପାତ୍ର ଓ ନରେନ୍ଦ୍ର କୁମାର ମହାନ୍ତି ସମସ୍ତ କାଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।