ପୁରୀ, ଫାଇଲିନ୍ ବାତ୍ୟା କ୍ଷତିପୂରଣ ଦାବିରେ ପୁରୀ ଜିଲ୍ଲା ଫାଇଲିନ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ସାରାରାତି ଧାରଣା ଦିଆଯିବା ସହ ସେଠାରେ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ବିପନ୍ନ ମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ରାତିରେ ବ୍ଲକ କାର୍ଯ୍ୟାଳୟ ଆଗରେ ରୋଷେଇ କରି ଖାଇଛନ୍ତି । ଘର ଖଣ୍ଡେ ପାଇଁ ବାରମ୍ବାର ଦାବି ଜଣାଇ ଆସୁଥିଲେ ସୁଦ୍ଧା ପ୍ରଶାସନ ଏହାକୁ କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।
Related Stories
May 4, 2024