କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତରେ ଜମରା (ମୁଗବାରୀ) ମ୍ୟୁସଲିମ୍ ବସ୍ତିର କବରସ୍ଥାନ (ଶ୍ମଶାନ)ର ସୁରକ୍ଷା ପାଚେରୀ ନିମନ୍ତେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ସହାୟତା ପାଇଁ ଦାବି କରିଛନ୍ତି । ଦୀର୍ଘ ୧୦୦ ବର୍ଷ ଧରି ଏଠାରେ ରହିଆସୁଥିବା ମ୍ୟୁସଲିମ୍ ସଂପ୍ରଦାୟର ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନଥିବାରୁ କବରସ୍ଥାନର ସୁରକ୍ଷା ପାଚେରୀ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ । କବରସ୍ଥାନ ଭିତରେ ଗାଈ, ଗୋରୁ, ଛେଳି ଓ କୁକୁର ଆଦି ପ୍ରବେଶ କରୁଛନ୍ତି । ଯାହାଦ୍ୱାରା ଏହି କବରସ୍ଥାନର ମାନ୍ୟତା ହ୍ରାସ ପାଉଛି । ତେଣୁ ସୁରକ୍ଷା ପାଚେରୀର ଅର୍ଥ ମଞ୍ଜୁର କରିବା ପାଇଁ ଗ୍ରାମର ମହମ୍ମଦ ଜାଫର ଖାନ୍, ୟୁସୁଫ୍ ଖାନ୍, ସରିଫ୍ ଖାନ୍, ସେକ୍ କମିରୁଦ୍ଦିନ୍ (କମୋ), ସେକ୍ ଅଲ୍ଲିରୁଦ୍ଦିନ୍, ସେକ୍ ଫରିତ୍, ଜଲାଲ୍ ଖାଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସୁରକ୍ଷା ପାଚେରୀ ପାଇଁ ଅର୍ଥ ମଂଜୁର କରିବାପାଇଁ ଦାବି କରିଛନ୍ତି ।
Related Stories
October 7, 2023
May 15, 2023