ଭୁବନେଶ୍ୱର, ଆଜି ବିଧାନସଭାରେ ବିଭିନ୍ନ ଅଂଚଳରେ ନୂଆ ଥାନା ଓ ଫାଣ୍ଡି ପ୍ରତିଷ୍ଠା କରିବାକୁ ବିଧାୟକ ମାନେ ଦାବି କରିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ଅଂଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି କରିଥିଲେ ।
ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ଉତରରେ କହିଛନ୍ତି ଯେ ରାଜ୍ୟରେ ୬୪୩ ଥାନା ଥିଲା । ବର୍ତମାନ ନୂଆ ୩୬ ଟି ଥାନା ଖୋଲା ଯାଇଛି । ଅନେକ ବିଭିନ୍ନ ସ୍ଥାନରେ ନୂଆ ଥାନା ଖୋଲିବାକୁ ପ୍ରସ୍ତା୍ୱ ଆସିଛି । ବିଭାଗ ସେ ନେଇ ବିଚାର କରାଯାଉଛି ।
ସେ କହିଛନ୍ତି ଯେ ନୂଆ ଥାନା ନିର୍ମାଣ ପାଇଁ କିଛି କ୍ରାଇଟ୍ରେରିଆ ରହିଛି । ଯେମିତି ମାସକୁ କେତେ କେସ ରେକର୍ଡ ଆସୁଛି ଏବଂ ବର୍ଷ କର ଷ୍ଟାଟିସକାଲ ଡାଟା ନେଇ କି ନୂଆ ଥାନା ପାଇଁ ବିଚାର କରାଯାଏ ।