
ଭଞ୍ଜନଗର – ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଆଜି ଦିନ ୧୨ଟା ବେଳେ ପୁଣିଥରେ ଗୋଟିଏ ସାପକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଛନ୍ତି। ଗତ କିଛିଦିନ ତଳେ ଏଠାରୁ ଏକ ୬ଫୁଟ ଲମ୍ବର ବୋଡ଼ା ସାପ ଉଦ୍ଧାର ହୋଇଥିଲା। ଆଜି ପୁଣି ଥରେ ଆଉ ଏକ ସାପକୁ ଦେଖି ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।ଏସମ୍ପର୍କରେ ଖବର ପାଇ ଅନୁପମ ବାନାର୍ଜୀ, ସଞ୍ଜୟ ସ୍ୱାଇଁ ଓ ଭିକାରୀ ବିଷୋୟୀ କଲେଜ ର ବଗିଚାରୁ ଏକ ସାଢ଼େ ୪ଫୁଟ ଲମ୍ବ ଢାମଣା ପ୍ରଜାତିର ସାପକୁ ଉଦ୍ଧାର କରିଥିଲେ। କଲେଜ ପରିସରରେ ଏକ ବଡ଼ ଉଇ ହୁଙ୍କା ଥିବାରୁ ବାରମ୍ବାର ସେଠାରୁ ସାପ ବାହାରୁଥିବା ଜଣାପଡିଛି। ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ କୌଣସି ଅଘଟଣ ଆଡେଇ ଦେଇ ହେବ ନାହିଁ।