ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡିହ ନୋଡାଲ ଉଚ୍ଚ ବିଦ୍ରାଳୟ ପରିସରରେ ମଣ୍ଡଳ ସ୍ତରୀୟ ଶାରଦୀୟ ପ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମଣ୍ଡଳ ଶିକ୍ଷାଧବଶ ସାନ୍ତନୁ କୁମାର କର ଯୋଗ ଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରିବା ସହ ପତାକା ଉତୋଳନ କରି ଏହି କ୍ରୀଡାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ଉପ-ଶିକ୍ଷାଧିକାରୀ ଭୀକାରୀ ଚରଣ କବି,ବନ୍ଧଡିହ ସାଡଧନ କେନ୍ଦ୍ର ସଂଯୋଜକ ଦେବରାଜ ମିଶ୍ର ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସୋର୍ଣ୍ଣଞ୍ଜଳୀ ଆଚାର୍ଯ୍ୟ, ପଂଚାୟତର ପୂର୍ବତନ ସରପଂଚ ବିଜୟ କୁମାର ଜେନା ଓ ସମିତି ସଭ୍ୟ ଶ୍ୟାମସୁନ୍ଦର ବେହେରା,ସାମ୍ବାଦିକ ଚିନ୍ମୟ କୁମାର ନାୟକ,ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ବିଶ୍ୱନାଥ ସ୍ୱାଇଁ ଯୋଗ ଦେଇ ଏହି ପ୍ରତିଯୋଗିତା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଯୁବ କ୍ରୀଡା ଶିକ୍ଷକ ସାନ୍ତନୁ କୁମାର ସାହାଣୀ ପ୍ରତିଯୋଗୀମାନଙ୍କୁ ଶପଥପାଠ କରାଇଥିଲେ । ଶିକ୍ଷକ ଇନ୍ଦ୍ରମଣୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ହରେକୃଷ୍ଣ ଗୁଇଁ,ତ୍ରିଲୋଚନ ସାହୁ,ହେମନ୍ତ କୁମାର ବେହେରା,ଲକ୍ଷ୍ମଣ ନନ୍ଦ,ଶିକ୍ଷୟିତ୍ରୀ ,ଦୀପାଳୀ ମହାରଣା,ଶୁଭଶ୍ରୀ ସାହୁ ଓ ବିଦ୍ୟାଳୟର ୪ର୍ଥ କର୍ମଚାରୀ ଉପେନ୍ଦ୍ର କୁମାର ଗୋଚ୍ଛାୟତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏଥି ସହିତ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ବିଦ୍ୟାଳୟର ପୁରାତନ ଛାତ୍ରମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଉକ୍ତ ପ୍ରତିଯୋଗୀତାରେ ବ୍ଲକର ୪୦ରୁ ଉର୍ଦ୍ଧ ବିଦ୍ୟାଳୟର ୩୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଜିଲା ସ୍ତରୀୟ ପ୍ରତିଯୋଗିତାରେ ନିମନ୍ତେ ମନୋନୀତ ହୋଇଛନ୍ତି । ବିିଭନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ,ଶିକ୍ଷୟିତ୍ରୀ ତଥା କ୍ରୀଡା ସମ୍ପାଦକ ଅନାଦି ଚରଣ ସାହୁ ଖେଳ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ମାମିନା ଅନୁରଞ୍ଜନୀ ଧନ୍ୟବାଦ ଅର୍ପଣ କରିଥିଲେ ।