![](https://indokalingtimes.com/wp-content/uploads/2019/09/p01.jpeg)
ବ୍ରହ୍ମପୁର : ଭିଜିଲାନ୍ସ୍ ଜାଲରେ ଧରାକୋଟ ତହସିଲ କାର୍ଯ୍ୟାଳୟର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଏବଂ ଚପରାସି । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି 2ସରକାରୀ କର୍ମଚାରୀ ।
ତେବେ ଧରାକୋଟ ବ୍ଲକ ଅନ୍ତର୍ଗତ ବରିଗୁଡା ଗ୍ରାମରେ ରହୁଥିବା ଦାସିଆ ଦାସ ନାମକ ବ୍ୟକ୍ତିଙ୍କ ଏକ ଜମିର ମ୍ୟୁଟେସନ ମାମଲାର ତଦନ୍ତ ରିପୋର୍ଟ ପାଇଁ ମୁଣ୍ଡମରେଇ ସର୍କଲର ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ସେ ଏଥିପାଇଁ 1500 ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ବୁଧବାର ଦାସିଆଙ୍କ ପୁଅ ପବିତ୍ର ସୀମାଞ୍ଚଳ ପାଢ଼ୀଙ୍କୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚପରାସି ସନ୍ତୋଷ ଗୌଡ଼ଙ୍କୁ 1500ଟଙ୍କା କାର୍ଯ୍ୟାଳୟରେ ଦେଇଥିଲେ ।
ତେବେ ଏନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରାଯାଇଥିବାରୁ ଯୋଜନାବଦ୍ଧ ଭାବେ ଉକ୍ତ କାର୍ଯ୍ୟାଳୟରେ ନିକଟରେ ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ସୀମାଞ୍ଚଳଙ୍କ ସମେତ ଚପରାସି ସନ୍ତୋଷ ଗୌଡ଼ଙ୍କୁ ଗିରଫ କରିବା ସହ ସନ୍ତୋଷଙ୍କ ସାର୍ଟ ପକେଟରୁ ଲାଞ୍ଚ ବାବଦ ନଗଦ 1500 ଟଙ୍କା ଜବତ କରିଥିଲେ । ପରେ ଉଭୟଙ୍କ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ରିପୋର୍ଟ ପ୍ରଫୁଲ ସାବତ