କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ବିଜେପି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ବର୍ଗତ ବିଷ୍ଣୁ ଚରଣ ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସର୍ବୋଦୟ ନଗର ଉନ୍ନୟନ ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସ୍ବର୍ଗତ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପ୍ରଫେସର କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ପ୍ରଫେସର ଉପେନ୍ଦ୍ର ନାୟକ, ନରେନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ମିଶ୍ର, ବୁଦ୍ଧଦେବ ମହାପାତ୍ର, ବିଧାନ ଦାସ, କୃପାସିନ୍ଧୁ ରାଉତରାୟ, ଭଗବାନ ଦାସ, ଅଶୋକ କୁମାର କର, ସାରଦା ରାଉତରା, ରମେଶ ଚନ୍ଦ୍ର ରଥ, ଶ୍ୟାମସୁନ୍ଦର ଭୋଇ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାସ ଙ୍କ ଜୀବନ ଚର୍ଯା ଓ ସାମାଜିକ ଚଳନି ସମ୍ପର୍କରେ ଆଲୋକପାତ କରିଥିଲେ l ଏକାଧାରରେ ସେ ଥିଲେ ଜଣେ ସମାଜସେବୀ, ପରୋପକାରୀ, ଆଧ୍ୟାତ୍ମିକ ବାଦି ଓ ସୁ ପ୍ରଶାସକ ଥିଲେ l ତାଙ୍କ ସମୟରେ ସର୍ବୋଦୟ ନଗରର ବହୁବିଧ ବିକାଶ କାର୍ଯ୍ୟ କରାଯାଇଥିଲା l ତାଙ୍କର ଏକମାତ୍ର ପୁତ୍ର ସୌମ୍ୟ ଦେବାଶିଷ ଦାସ, ଝିଅ ପ୍ରଜ୍ଞା ଦାସ, ଚନ୍ଦନ ପଣ୍ଡା, ପ୍ରମିଳା ଦାସ, ପ୍ରଭାତୀ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ l