ଗଂଜାମ – ଗତକାଲି ବିଳମ୍ବିତ ରାତି୍ରରେ ବ୍ରହ୍ମପୁର ଷ୍ଟେସନରେ ଅନୀଲ ପଣ୍ଡା (୧୯)ଙ୍କୁ ହତ୍ୟା କରି ଥିବା ହତ୍ୟାକାରୀ ଭଲା ଦୋରାକୁ ଚିହ୍ନଟ କରି ସାରିଛି । ତେବେ ସେ ଗତ କାଲିଠାରୁ ଫେରାର ହୋଇଛି । ତାକୁ ଧରିବା ପାଇଁ ପୁଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ତୁରନ୍ତ ତାକୁ ଗିରଫ କରାଯିବ ବୋଲି ବ୍ରହ୍ମପୁର ପୁଲିସ ସୂଚନା ଦେଇଛି ।