କୋରେଇ – ମାଳଆନନ୍ଦପୁର ପଂଚାୟତ ଅନ୍ତର୍ଗତ ସଠିପୁର ଗ୍ରାମରେ କୁମ୍ଭକାର ସମ୍ପ୍ରଦାୟର ପାରମ୍ପାରିକ କୁରାଳ ପଂଚମୀ ଯଥାରିତୀ ଅନୁÂିତ ହୋଇଛି । ଏହି ଅବସରରେ ସମସ୍ତ କୁମ୍ଭକାର ପରିବାରଙ୍କ ଶାଳଗୃହ, ଚକ, ପିଣ୍ଡ ଓ ପିଟଣା ଆଦି ମାଟି ପାତ୍ର ତିଆରିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ଗୁଡିକୁ ପୁଜାର୍ଚ୍ଚନା କରାଯାଇଥିଲା । କୁମ୍ଭକାରଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ , ବଳଭଦ୍ର, ମା ସୁଭଦ୍ରା ସମତେ ଳକ୍ଷ୍ମୀନାରାୟଣଙ୍କ ମୂର୍ତି ପୂଜା କରାଯାଇଛି । ୫ ଦିନ ଧରି ଏହି ପୂଜା ଚାଲିଥିବା ବେଳେ କୌଣସି ମାଟି ପାତ୍ର ନିର୍ମାଣ ବା ବିକ୍ରି ନିଷେଧ କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ନାମ ସଂଙ୍କିର୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବନମାଳୀ ରଣା, ବଳରାମ ବେହେରା. ରାଧୁରଣା, ନବଘନ ରଣା, ଶରତ ରଣା, ବଇନ ରଣା, ରାମ ଚନ୍ଦ୍ର ରଣା, କିର୍ତନ ରଣା, କାଳନ୍ଦୀ ରଣା, କାଠିଆ ରଣା ପ୍ରମୁଖ କାର୍ଯ୍ୟ୍ରକମ ପରିଚାଳନାରେ ସହଯୋଗ କରୁଛନ୍ତି ।
Related Stories
November 10, 2024
November 10, 2024
November 10, 2024