
ଭଞ୍ଜନଗର – ଭଞ୍ଜନଗର ଏଲ.ଆଇ.ସି କଲୋନୀ ଛକରେ ମଙ୍ଗଳବାର ରାତି ୮ଟା ସମୟରେ ସାର୍ଥକ ପାଢ଼ୀ (୩୦) ନାମକ ଜଣେ ଯୁବକ ଛିଡା ହୋଇଥିବା ବେଳେ ହଠାତ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ଏକ ଟାଙ୍ଗିଆ ରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ତାଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡିଛି। ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।ହେଲେ ଏସମ୍ପର୍କରେ ଥାନା ରେ କୌଣସି ଅଭିଯୋଗ ହୋଇ ନଥିବା ପୋଲିସ କହିଛି।