
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କେ. ନୂଆଗାଁ ଥାନା ଅଞ୍ଚଳ ବମକେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା।ସୂଚନା ମୁତାବକ ବମକେଇ ଗ୍ରାମର ଶିବାନନ୍ଦ ମହାବିଦ୍ୟାଳୟ ରେ କାର୍ଯ୍ୟରତ କନିଷ୍ଠ କିରାଣୀ ନିରାକାର ପ୍ରଧାନ ଆଜି ଦିନ ପ୍ରାୟ ୧୦ ଘଣ୍ଟ ସମୟରେ କଲେଜ ନିକଟରେ ୩ ଜଣ ଦୃବ୍ରୁତ ଗୋଡ଼ାଇ ଗୋଡ଼ାଇ କାତି ଓ ମାରଣାସ୍ତ୍ର ରେ ଆକ୍ରମଣ କରି ସେଠାରୁ ଛୁ ମାରିଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ବମକେଇ ମେଡ଼ିକାଲ କୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ।ନିରାକାର ଙ୍କ ହାତ ଓ ପିଠିରେ ଗଭୀର ଆଘାତ ଓ କ୍ଷତ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ଥିଲା ତେଣୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଏଥି ସହ କିଛି ସିସିଟିଭି ଫୁଟେଜ ମଧ୍ୟ ପୋଲିସ ହାତରେ ଲାଗିଛି।ପୂର୍ବ ଶତ୍ରୁତାରୁ ଏହି ଗଣ୍ଡଗୋଳ ହୋଇଥିବା ଅନୁମାନ କରାଯାଏ।