
ଅଦ୍ୟ ତା 03.12.2019 ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଭଞ୍ଜନଗର ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ତରଫରୁ ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ପରିସରରେ ଏହି ଦିବସ ଶତାଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରି ମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି ା ଏଥିରେ ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ହେମନ୍ତ କୁମାର ସେଠୀ,ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀ ପ୍ରଫୁଲ୍ଲ ଗୋଡ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଓକିଲ ସଂଘ ଭଞ୍ଜନଗର ର ସଭାପତି ଶ୍ରୀ ଅଭିମନ୍ୟୁ ଗୌଡ,ଶ୍ରୀମତୀ ଅଳକା ମଞ୍ଜରୀ ପଟ୍ଟନାୟକ ,ସଭ୍ୟା ତାଲୁକ ଆଇନ ସେବା କମିଟି, ବି.ଇ.ଓ ଏସ୍.ଧନଞ୍ଜୟ ,ଏ.ବି.ଇ.ଓ ହୃଷିକେଶ ସ୍ବାଇଁ,ଭାସ୍କର ଲେଙ୍କା ଓ ସୂର୍ଯ୍ୟ ନାୟକ ପ୍ରମୁଖ ଅତିଥିଗଣ ମଞ୍ଚାସୀନ ରହି ଉପସ୍ଥିତ ଛାତ୍ର ଛାତ୍ରି ତଥା ଅଭିଭାବକଙ୍କୁ ବିଭିନ୍ନ ସୂଚନା ପ୍ରଦାନ ସହ ମୂଲ୍ୟବାନ ଉପଦେଶ ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ ା ଦିବ୍ୟାଙ୍ଗ ମାନେ ସ୍ବତନ୍ତ୍ର ଦକ୍ଷତାର ଅଧିକାରୀ ସେମାନଙ୍କୁ ଦୁର୍ବ୍ୟବହାର ନ ଦେଖାଇ ସେମାନଙ୍କ ଅଧିକାର ପ୍ରାପ୍ତିରେ ସମସ୍ତେ ସହଯୋଗ କରିବା ଉଚିତ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ ାଏହି ଅବସରରେ ଏକ ରାଲି ଦ୍ବାରା ସହର ପରିକ୍ରମା କରି ସଚେତନତା ସୃଷ୍ଟି କରାଯାଇଥିଲା ା ବ୍ଳକ ସମ୍ବଳ ଶିକ୍ଷକ ଅନୀଲ୍ ମୁଦୁଲି,ଚିନ୍ମୟ ଦାଶ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା ଅନ୍ତର୍ନିବେଶୀ ସ୍ବେଚ୍ଛାସେବୀ ରାଧାମୋହନ ଗୌଡ,କୁନାବିଷୋୟୀ,ଗୀତାଞ୍ଜଳୀ ଜେନା,ଖେଳବତୀ ସାହୁ,ପ୍ରଭାସିନୀ ମିଶ୍ର,ସୂର୍ଯ୍ୟ ନାରାୟଣ ରାଉତ,ରମକୃଷ୍ଣ ପତି,ପୂର୍ଣ୍ଣ ଚନ୍ଦ୍ର ବେହେରା , ସି.ଆର୍.ସି.ସି ତ୍ରିନାଥ ବେହେରା,ସଞ୍ଜୟ କୁମାର କୋଠିଆ,ରାଘବ ନାୟକ,ସନ୍ତୋଷ ଗୌଡ,ମୋହନ ସାହୁ,ସନ୍ତୋଷ କୁମାର ସାହୁ ,ନିରଞ୍ଜନ ଦିଗାଲ,ମନୋଜ କୁମାର ଗୋଡ,ଦେବୀ ପ୍ରସାଦ ଦାଶ,ମନୋଜ ପାଳ, ଆଦିକନ୍ଦ ଗୌଡ, ବୃନ୍ଦାବନ ସେଠୀ,ସୁନୀଲ୍ ପାଣି ,ନାରୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ, ଭଗବାନ ଭୂୟାଁ, ବି.ଇ.ଓ ଅଫିସ୍ ଷ୍ଟାଫ ପବିତ୍ର ପାତ୍ର,ସିମାଞ୍ଚଳ ପଟ୍ଟନାୟକ,ଚିରଞ୍ଜିବୀ ଦାଶ,ସନ୍ତୋଷ ସାସମଲ,ଶିବ ପ୍ରସାଦ ସ୍ବାଇଁ,ସୁଧୀର ପାଣିଗ୍ରାହୀ,ସୁଶିଳ କୁମାର ସାହୁ,ଅଜିତ କୁମାର ବେହେରା,ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥଲେ ାଶିକ୍ଷକ ପ୍ରଦୀପ କୁମାର ସାସମଲ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବାବେଳେ ଶିକ୍ଷକ ଅବିନାଶ ପଣ୍ଡା,ରମେଶ ଚନ୍ଦ୍ର ବେହେରା ଓ ସୁନିଲ କୁମାର ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ା