
କନ୍ଧମାଳ – କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳାଶ୍ରମ ଠାରେ ବାଲ୍ୟବିବାହର ଅଭିଯୋଗ ଓ ପରାମର୍ଶ ସମ୍ବନ୍ଧୀୟ କର୍ମଶାଳା ଆନ୍ତର୍ଜାତୀୟ ସଂଗଠନ ସେଭ୍ ଦି ଚିଲ୍ଡ୍ରେନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତି ରଶ୍ମିତା କରଣ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଲ୍ୟ ବିବାହ ର ଅଭିଯୋଗ କିରବା ସରକାରୀ ଅନୁଷ୍ଠାନ ଓ ପରାମର୍ଶ ପାଇଁ ଥିବା ଅନୁଷ୍ଠାନ ଗୁଡିକ ବିଷୟରେ କହିଥିଲେ । ବର୍ତମାନ ସମସ୍ତ ବ୍ଲକ୍ରେ ଥିବା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ମାନେ ବାଲ୍ୟ ବିବାହ ପ୍ରତିରୋଧ ଅଧିକାରୀ ରୂପରେ କାର୍ଯ୍ୟ କରୁଅଛନ୍ତି । ଏଣୁ ଯେକୈାଭସି ସ୍ଥାନରେ ବାଲ୍ୟ ବିବାହ ହେବାକୁଥିବା ବା ବାଲ୍ୟ ବିବାହ ହେବାର ସୂଚନା ମିଳିଲେ ତୁରନ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀଙ୍କ ନଜରକୁ ଆଣିବା ସହିତ ଚାଇଲ୍ଡ୍ ଲାଇନ୍ ରେ ଅଭିଯୋଗ କରିବା ସହିତ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଆଇନ୍ଜିବୀ ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗଦେଇ ବାଲ୍ୟବିବାହ ସମ୍ବନ୍ଧୀୟ ଆଇନ୍ଗତ ଦିଗ ଗୁଡିକ ଉପରେ ତର୍ଜମା କରିବା ସହିତ କିଭଳି ଭାବରେ ବାଲ୍ୟବିବାହକୁ ଦମନ କରିବା ପାଇଁ ମାନ୍ୟବର କୋର୍ଟ ଓ ବିଚାରପତିଙ୍କ ପାଖରେ ଅଭିଯୋଗ କରାଯାଇ ପାରିବ ସେ ଦିଗରେ ଆଲୋଚନା କରିଥିଲେ । ତତ୍ ସହିତ ବାଲ୍ୟ ବିବାହରେ ପିଡିତ ଥିବା ନାବାଳିକା ଓ ନାବାଳକ ମାନଙ୍କୁ କିଭଳି ଭାବରେ ଆଇନ୍ଗତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ ସେ ଦିଗରେ ସମସ୍ତଙ୍କୁ ସଚେତନ କରିଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ବାଲ୍ୟ ବିବାହ ନିଷେଧ ଆଇନ୍ର ପ୍ରଚାର ପ୍ରସାର କାର୍ଯ୍ୟକୁ ସମାପ୍ତ କରି ଏହା ପରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ବାଲ୍ୟ ବିବାହକୁ ସମ୍ପୂର୍ଣ ଭାବରେ ଦମନ କରିବା ସମ୍ଭବପର ବୋଲି ସେ ଅଭିବ୍ୟକ୍ତ କରିଥିଲେ । ବିଭିନ୍ନ ବିଭାଗ ଯଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ସମନ୍ୱିତ ଶିଶୁ ବିକାଶ ଅଧିକାରୀ, ପୋଲିସ୍ ଅଧିକାରୀ, ଚାଇଲ୍ଡ୍ ଲାଇନ୍ ଅଧିକାରୀ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧିକାରୀ ଙ୍କ ସହିତ ଆକ୍ସନ୍ ଏଡ୍, ସଖି ଓ ସ୍ୱାତୀର କର୍ମକର୍ତା ମାନେ ଯୋଗ ଦେଇ ବାଲ୍ୟ ବିବାହକୁ ଦମନ କରିବା ସମୟରେ ସମ୍ମୁଖିନ ହେଉଥିବା ବିଭିନ୍ନ ପ୍ରକାରର ସମସ୍ୟା ଓ ଏହାର ସମାଧାନର ଦିଗ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସେଭ୍ ଦି ଚିଲ୍ଡ୍ରେନ ର ଜିଲ୍ଲା ସଂଯୋଜକ ଶ୍ରୀ ମନୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ସ୍ୱାତୀର ସର୍ବେଶ୍ୱର ସାହୁ, ଗାୟତ୍ରୀ ପ୍ରଧାନ ଓ ମୈାସୁମୀ ମୁଖି ସହଯୋଗ କରିଥିଲେ ।