କନ୍ଧମାଳ – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପକାରୀ ପଂଚାୟତର ଉପନିର୍ବାଚନର ଭୋଟ ଗଣତି ଶେଷ ହେବାସହିତ ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ଏହି ପଂଚାୟତ ଫୁଲବାଣି ବିଧାୟକ ଅଙ୍ଗଦ କହଁରଙ୍କ ଗ୍ରାମର ପଂଚାୟତ ହୋଇଥିବାରୁ ସମସ୍ତଙ୍କ ନଜର ଏହି ପଂଚାୟତର ନିର୍ବାଚନ ଫଳାଫଳ ଉପରେ ରହିଥିଲା । ଏହି ନିର୍ବାଚନରେ ଦ୍ୱିମୁଖୀ ଲଢେଇ ହୋଇଥିଲା । ସେହି ପଂଚାୟତର ମଙ୍ଗୁଲୁ କହଁର ଏବଂ ବାସୁଦେବ କହଁରଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ପୋଲିସର କଡା ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍କଳାରେ ନିର୍ବାଚନ ସରିଥିବା ବେଳେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ହୋଇଥିଲା । ଆଜି ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇଥିଲା । ସମୁଦାୟ ୧୨ ଟି ବୁଥରେ ମତଦାନ କରିଥିବା ବେଳେ ୪ଟି ପର୍ଯ୍ୟାୟରେ ଭୋଟ ଗଣତି ହୋଇଥିଲା । ଫଳାଫଳ ସ୍ୱରୁପ ବାସୁଦେବ କହଁର ୪୯୦ ଟି ଭୋଟ ପାଇଥିବା ବେଳେ ମଙ୍ଗଲୁ କହଁର ୫୪୩ ଟି ଭୋଟପାଇ ବିଜୟଲାଭ କରିଛନ୍ତି । ତେବେ ମଙ୍ଗଲୁ କହଁରଙ୍କ ଏହି ବିଜୟରେ ଫିରିଙ୍ଗିଆ ଅଂଚଳର କର୍ମି ଓ ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିଲା । ଅପରାହ୍ନ ୩ ଟାରେ ବ୍ଲକ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବିଜୟୀ ସରପଂଚଙ୍କୁ ନେଇ ଫିରିଙ୍ଗିଆର ଅନେକ ବଜେପି ନେତା ମାନେ ମଧ୍ୟ ସହରରେର ଏକ ଶୋଭାଯାତ୍ରା ରେ ମା ପିତାବଳି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାଟି ବଜେପି ମଣ୍ଡଳ ସଭାପତି ଗୋଲକ ବିହାରି କହଁର ଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ ଏଥିରେ ବଜେପି ଯୁବା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ରଘୁପତି କହଁର ,ଫିରିଙ୍ଗିଆ ସରପଂଚ ତଥା ଯୁବ ବିଜେପି ନେତା ବିଶ୍ୱରଞ୍ଜନ କହଁର ଙ୍କ ସହ ବହୁ ବଜେପି ସଦସ୍ୟ ଓ ବିଜୟୀ ସରପଂଚଙ୍କ ସମସର୍ଥକ ମାନେ ଯୋଗ ଦେଇଥିଲେ । ବ୍ଲକ କାର୍ଯ୍ୟାଳୟରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତ ବିଜୟୀ ସରପଂଚ ମଙ୍ଗଲୁ କହଁରଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ନିର୍ବଚନ କ୍ଷେତ୍ର ଟି ମାଓ ଅଧ୍ୟୁସିତ ଇଲାକାରେ ହୋଇଥିବା ଯୋଗୁଁ ଜିଲ୍ଲା ପୋଲିସ ବିଭାଗ ତରଫରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ସ୍ୱାରୁପ ପୋଲିସ ପହରା ତଥା କୁମ୍ବିଙ୍ଗ ଅପରେସନ ଜାରୀ ରଖାଯାଇଥିଲା ।
Related Stories
December 2, 2024