
ଭଦ୍ରକ – ଭଦ୍ରକ ସହରର ନୂଆବଜାରସ୍ଥିତ ଐତିହାସିକ ଗାନ୍ଧି ପଡିଆକୁ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ଦିଆଯିବା ନେଇ ଆଜି ଭାରପ୍ରାପ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏବଂ ଭଦ୍ରକ ଜିଲା ପ୍ରଶାସନ, ପୌରପାଳିକା ଏବଂ ବିଧାୟକ, ସାଂସଦଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଉକ୍ତ ପଡିଆକୁ ସଂପୂର୍ଣ୍ଣ ଭାବେ ଆବଦ୍ଧ କରାଯିବା ନେଇ ଅନୁରୋଧ କରାଯାଇଛି। ଉକ୍ତ ଦାବିପତ୍ର ମୂଳେ ଐତିହାସିକ ଏହି ଗାନ୍ଧି ପଡିଆକୁ ୧୯୨୧ ମସିହା ଜୁନ୍ ମାସ ୨୪ ତାରିଖ ଦିନ ମହାତ୍ମା ଗାନ୍ଧିଙ୍କ ଆଗମନ ହୋଇଥିଲା। ଗାନ୍ଧିଜୀ ସେଦିନ ୫ କିମି ଦୂର ଚରµା ରେଳଷ୍ଟେସନ ଠାରେ ପହôବା ପରେ ସେତେବେଳେ କୌଣସି କାର୍ କିମ୍ବା ଟ୍ୟାକ୍ସି ନଥିବାରୁ ଜଣେ ଓକିଲଙ୍କ ଘୋଡାଗାଡିକୁ ଡକାଯାଇଥିଲା। ମାତ୍ର ତତ୍କାଳୀନ ଏସ୍ଡିଓଙ୍କ ଚାପରେ ଉକ୍ତ ଘୋଡାଗାଡିଟି ମଧ୍ଯ ମିଳିନଥିଲା। ତେଣୁ ଗାନ୍ଧିଜୀ ଓ କସ୍ତୁରବା ନିଜର ସହେଯାଗୀମାନଙ୍କ ସହ ଚାଲି ଚାଲି ଏହି ପଡିଆକୁ ଆସିଥିଲେ। ସେଦିନ ଶଙ୍ଖ, ହୁଳହୁଳି ଓ ଘ ଧ୍ବନି ସହ ବନ୍ଦେ ମାତରମ୍ ଶବ୍ଦରେ ସମଗ୍ର ଅଂଚଳ ପ୍ରକµିତ ହୋଇଉଠିଥିଲା। ସନ୍ଧ୍ୟାରେ ବର୍ମାନର ନୂଆବଜାର ସାଳନ୍ଦୀ ନଦୀକୂଳର ଏହି ସ୍ଥାନରେ େଯଉଁ ଜନସେବା ହୋଇଥିଲା। ଗାନ୍ଧିଜୀ ଅତ୍ୟନ୍ତ ସ୍ପଷ୍ଟ ଓ କଠୋର ଶବ୍ଦରେ ବ୍ରିଟ୍ରିଶ ସରକାରକୁ କଡା ସମାଲୋଚନା କରିଥିଲେ। ସମ୍ଭବତଃ ପ୍ରଥମଥର ପାଇଁ ସେ ଏହିଠାରେ କହିଥିଲେ ‘ଇସ୍ ସଲତନତ୍ କୋ ସୈତାନୀୟତ ଆ ଗୟା’ ଅର୍ଥାତ୍ ‘ଏ ସରକାରରେ ସଇତାନପଣିଆ ଆସିଗଲାଣି। େଯଉଁମାନେ ଈଶ୍ବରଙ୍କୁ ଭଲପାଆନ୍ତି, ସେମାନେ କେବେ ମଧ୍ଯ ସଇତାନକୁ ଭଲ ପାଇପାରିବେ ନାହó। ଏହି ସ୍ରାମାଜ୍ୟ େଯଉଁ ଜଘନ୍ୟ ଅପରାଧ କରିଛି, ସେଥିପାଇଁ ଈଶ୍ବର ଓ ଦେଶ ନିକଟରେ ଯଦି କ୍ଷମା ନମାଗେ, ତେବେ ନିଶ୍ଚୟ ଧ୍ବଂସ ହେବ।’ ତେବେ ଏପରି ଶବ୍ଦ ଓ ଉଚ୍ଚାରଣ ସେଦିନ ଭଦ୍ରକ ସମେତ ସମଗ୍ର ଭାରତବାସୀଙ୍କୁ ଶିହରିତ କରିଥିବାବେଳେ ବିବ୍ରତ ହୋଇପଡିଥିଲା ବ୍ରିଟ୍ରିଶ ସରକାର। ତେବେ େଯଉଁ ପଡିଆରେ ଏହି ଜନସେବା ଆୟୋଜିତ ହୋଇଥିଲା, ତାହା ଏବେ ପରିତ୍ୟକ୍ତ ଓ ଅବହେଳିତ। ସେଠାରେ ଗାନ୍ଧିଙ୍କ ସ୍ମୃତିରେ ସ୍ଥାପିତ ପ୍ରତିମୂର୍ି ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଆଉ ଏହି ପଡିଆର ବହୁ ଅଂଶ ଜବରଦଖଲକାରୀଙ୍କ କବଳକୁ ଚାଲିଗଲାଣି। ସଂଜ ନଇଁଲେ ଏହି ପଡିଆର କିଛି ଅଂଶ ଅସାମାଜିକ ତ୍ବଙ୍କ ଚରାଭୂଇଁରେ ପରିଣତ ହେଉଛି। ବର୍ଷ ତମାମ ବିଭିନ୍ନ ଅନୁଷ୍ଠାନର ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଏଠାରେ ସଂପାଦିତ ହେଉଥିଲେ ମଧ୍ଯ ଏହି ଐତିହାସିକ ପଡିଆର ବିକାଶ ପାଇଁ ନିଦ୍ର୍ଧିଷ୍ଟ େଯାଜନା ନାହó। ବର୍ଷାଦିନରେ ଏଠାରେ ଚାରିମାସରୁ ଉଦ୍ଧ୍ର୍ବ ସମୟ ଧରି ପାଣି ଜମି ରହୁଛି। ଏହାବ୍ୟତୀତ ଏହା ଏବେ ଏକ ଅଘୋଷିତ ଗାଡି ପାର୍କିଂ ସ୍ଥଳରେ ପରିଣତ ହୋଇଛି। ଏଣୁ ସରକାର ଯଥାଶୀଘ୍ର ଏହି ଐତିହାସିକ ପଡିଆକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବି ହୋଇଛି।