
ଭଦ୍ରକ – ସ୍ବେଚ୍ଛାସେବୀ ସଂଗଠନ ସଂେଯାଗ କଟକ ତରଫରୁ ଉକôଳମଣୀ ଦରିଦ୍ରନାରାୟଣ ସେବାମନ୍ଦିର ଲାଙ୍ଗୁଡ଼ି ସ୍ଥିତ ଚାନ୍ଦିଆପଦା ଶିଶୁଯନô ଅନୁଷ୍ଠାନ ପରିସରରେ ଶିଶୁମଙ୍ଗଳ କମିଟିର ଅଧ୍ଯକ୍ଷ ଡ. ସୁଦର୍ଶନ ବାରିକଙ୍କ ସଭାପତିତ୍ବରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଅବସରପ୍ରାପ୍ତ କୃଷି ଅଧିକାରୀ ରଙ୍ଗାଧର ପରିଡ଼ା, ଶିଶୁ ଅନୁଷ୍ଠାନର ସµାଦିକା ଶୈଳଜା ଲେଙ୍କା ସମେତ ସଂେଯାଗର ପ୍ରକଳ୍ପ ନିଦ୍ର୍ଧେଶକ ପ୍ରଶାନ୍ତ ପାଲଟାସିଂ ପ୍ରମୁଖ େଯାଗଦାନ କରି ପରିବେଶର ସୁରକ୍ଷା ଆମ୍ଭର ଦାୟୀତ୍ବ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଚେତନତା ରହିବା ହó ଏକ ଅଧିକାର ବୋଲି ମତବ୍ୟକ୍ତ କରିଥିଲେ । ସଂେଯାଗର ମଣ୍ଡଳ ସଂେଯାଜକ ମନୋରଂଜନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ମଣ୍ଡଳ ସଂେଯାଜକ ଜଗନ୍ନାଥ ସାହୁ ବୃକ୍ଷରୋପଣ ଓ ତାହାର ଯନô ଶିଶୁ କିଭଳି ନେଇପାରିବେ ସେ ସମ୍ବନ୍ଧରେ ଗୁରୁତ୍ବ ଦେଇଥିଲେ । ଏହି ପରିପ୍ରେକ୍ଷିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ କିସମର ବୃକ୍ଷ ଆଶ୍ରମ ପରିସର ମଧ୍ଯରେ ଶିଶୁ ଓ ଅତିଥିମାନଙ୍କ ଦ୍ବାରା •ରା ରୋପଣ କରାଯାଇଥିଲା । ଶିଶୁ ଅନୁଷ୍ଠାନର ଅଧ୍ଯକ୍ଷ ଧନଞ୍ଜୟ ଜେନାଙ୍କ ତ୍ବାବଧାନରେ ବୃକ୍ଷରୋପଣ ସମେତ କିଚେନ୍ ଗାର୍ଡେନ୍ ପ୍ରସ୍ଥୁତ ନିମନ୍ତେ ଶିଶୁମାନଙ୍କ ସହେଯାଗରେ ଉଦ୍ୟାନ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ଅନୁଷ୍ଠାନର କର୍ମକର୍ା ନିବେଦିତା ଲେଙ୍କା, ତାପସ ଜେନା, ସଂେଯାଗର ରିଙ୍କୁ ବିଶ୍ବାଳ ପ୍ରମୁଖ ସହେଯାଗ କରିଥିଲେ । ପରିଶେଷରେ ସµାଦିକା ଶ୍ରୀମତୀ ଲେଙ୍କାଙ୍କ ଦ୍ବାରା ସଂେଯାଗର ଅଭିନବ ପ୍ରୟାସକୁ ଧନ୍ୟବାଦ ଅର୍ପଣ କରିଥିଲେ।