
ଭଦ୍ରକ- ଆଜି ଭଦ୍ରକ ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲା ପ୍ରାଣୀ ସଂପଦ ବିକାଶ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ଅନୁଷ୍ଠିତ ରାଷ୍ଟ୍ରୀୟ ପ୍ରାଣୀ ଆରୋଗ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୋଦିତ ଦୁଇଗୋଟି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ‘ରାଷ୍ଟ୍ରୀୟ ପ୍ରାଣୀରୋଗ ନିୟନ୍ରଣ ଓ ଦେଶବ୍ୟାପୀ କୃତିମ ପ୍ରଜନନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ମଥୁରା ଠାରେ ଶୁଭାରମ୍ଭ କରି ଦେଶର ସମସ୍ତ ପ୍ରାଣୀଧନ ପାଳନ କରୁଥିବା କୃଷକ ଓ ବୁଦ୍ଧିଜୀବୀ ମହିଳାମାନଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରିଥିଲେ। ଯାହାର ସିଧା ପ୍ରସାରଣ ଆଜିର ଏହି ମେଳାର ଆୟୋଜିତ ସଭାରେ ପ୍ରଦର୍ଶନ କରାଯାଇଥିଲା। ଗୋରୁମାନଙ୍କୁ ହେଉଥିବା ଫାଟୁଆ ଓ ବୃସେଲା ରୋଗକୁ ଟୀକାଦାନ ମାଧ୍ଯମରେ ଦେଶର ସଂପୂର୍ଣ୍ଣ ନିରାକରଣ କରାଯିବା ଏହି ରାଷ୍ଟ୍ରୀୟ ପ୍ରାଣୀ ରୋଗ ନିୟନ୍ରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ବୋଲି େଯାଗଦେଇଥିବା ବକ୍ତାମାନେ କହିଥିଲେ। ଦୁଗ୍ଧ ଉପôାଦନରେ ଭାରତ ବର୍ଷ ସମଗ୍ର ବିଶ୍ବରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆମ ଦେଶରେ ଗାଈଗୋରୁଙ୍କ ସଂଖ୍ୟା ମଧ୍ଯ ବିଶ୍ବର ଅନ୍ୟ କୌଣସି ଦେଶ ଠାରୁ ସର୍ବାଧିକ ଅଟେ। ଦେଶୀ ଗାଈମାନଙ୍କର ଦୁଗ୍ଧ ଉପôାଦନ ଶକ୍ତି କମ୍ ଥିବାରୁ ଦେଶବ୍ୟାପୀ କୃତିମ ପ୍ରଜନନ କାର୍ଯ୍ୟକ୍ରମ ଚାଷୀଙ୍କ ଦ୍ବାରା ଆଦୃ ହୋଇପାରିଲେ ଏମାନଙ୍କୁ ଶଙ୍କରୀକରଣ କରାଯାଇ ସେମାନଙ୍କ ଦୁଗ୍ଧ ଉପôାଦନ ଶକ୍ତିକୁ ଯଥେଷ୍ଟ ବୃଦ୍ଧି କରାଯାଇପାରିବ ବୋଲି ଏହି ମେଳାର କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଥିଲା। ତେଣୁ ଏହି ଦୁଇଗୋଟି ଜାତୀୟ କାର୍ଯ୍ୟକ୍ରମକୁ ଆମ ଜିଲାର ପ୍ରାଣୀଧନ ବିକାଶ ବିଭାଗ ଅଧିକରୁ ଅଧିକ ଲୋକାଭିମୁଖୀ କରିପାରିଲେ ସମସ୍ତ ଦୁଗ୍ଧ ଉପôାଦନକାରୀ ଚାଷୀ ଉପକୃତ ହୋଇପାରିବେ ବୋଲି ସଭାରେ ଉପସ୍ଥିତ ମୁଖ୍ୟ ଅତିଥି ତଥା ସାଂସଦ ମଂଜୁଲତା ମଣ୍ଡଳ ମତପୋଷଣ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକର ବିଧାୟକ ସଂଜୀବ କୁମାର ମଲ୍ଲିକ େଯାଗଦେଇ ବର୍ଷାଦିନରେ କିଭଳି ଟୀକାକରଣ ବ୍ୟବସ୍ଥାକୁ ଗ୍ରାମାଳ ସ୍ତରରେ ପ୍ରତ୍ୟେକ ଗାଈ-ଗୋରୁ ଓ ଅନ୍ୟ ପଶୁଙ୍କ ନିକଟରେ ପହାଯାଇପାରିବ, ସେଥିପାଇଁ ଉପସ୍ଥିତ ବିଭାଗୀୟ କର୍ମକର୍ାଙ୍କୁ ଅନୁରୋଧ କରିଥିଲେ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଅନ୍ୟତମ ସମ୍ମାନିତ ଅତିଥି ଭାବେ େଯାଗଦେଇ ଜିଲାରେ ପ୍ରାଣୀ ସଂପଦର ବିକାଶ ଦ୍ବାରା ମାନବ ସମ୍ବଳର ଉନ୍ନତି ହୋଇପାରିବ ବୋଲି ତଥ୍ୟ ସମ୍ବଳିତ ମତ ଉପସ୍ଥାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡଃ ଅରବିନ୍ଦ ଦାସ କେନ୍ଦ୍ର ସରକାରଙ୍କ ଦ୍ବାରା ଲୋକାର୍ପିତ ଏହି ଦୁଇଗୋଟି ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମସô୍ୟ ବିଜ୍ଞାନୀ ଅମ୍ବିକା ପ୍ରସାଦ ନାୟକ ପ୍ରାରମ୍ଭିକ ଅଭିଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲା ପ୍ରାଣୀ ଚିକିସôାଧିକାରୀ ଡାକ୍ତର ଗଗନ ଚନ୍ଦ୍ର ପଣ୍ଡା ସରକାରଙ୍କ ଦ୍ବାରା ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରାଣୀଧନ ବିକାଶ କାର୍ଯ୍ୟକ୍ରମ ଗୁଡିକ ଉପରେ ଉପସ୍ଥିତ ଚାଷୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ରାଣୀତାଲ ଆଳିକ ଗବେଷଣା କେନ୍ଦ୍ରର ଅଧ୍ଯକ୍ଷ ପ୍ରଫେସର ଶ୍ୟାମସୁନ୍ଦର ମହାପାତ୍ର, ଜିଲା କୃଷି ଉପନିଦ୍ର୍ଧେଶକ କିରଣ କୁମାର ପରିଡା, ବିଶିଷ୍ଟ ସମାଜସେବୀ ଅଶୋକ ବଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ େଯାଗଦେଇ ଜିଲାରେ ପ୍ରାଣୀଧନ ବିକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ‘ଗାଈ-ଗୋରୁଙ୍କ ରୋଗ ଓ ଏହାର ନିରାକରଣ’ ଏବଂ ‘କୃତିମ ପ୍ରଜନନ’ ଶୀର୍ଷକ ଦୁଇଗୋଟି ବୈଷୟିକ ବିଷୟବସ୍ତୁ ଉପରେ ଆଧାରିତ ଜ୍ଞାନକୌଶଳକୁ ଜିଲାର ଦୁଇଜଣ ବ୍ଲକ୍ ଚିକିସôାଧିକାରୀ ଡାକ୍ତର ରାମେଶ୍ବର ପଣ୍ଡା ଓ ଡାକ୍ତର ରଂଜନ କୁମାର ଦାଶ ଉପସ୍ଥାପିତ କରିଥିଲେ। ଏହି ଅବସରରେ ଚାଷୀମାନଙ୍କ ପାଇଁ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦୁଇଶହରୁ ଉଦ୍ଧ୍ର୍ବ ଚାଷୀ, କୃଷିଜୀବୀ ମହିଳା, କୃଷି ବିଜ୍ଞାନ କେନ୍ଦ୍ର ଓ ଆଳିକ ଗବେଷଣା କେନ୍ଦ୍ରର ସମସ୍ତ ବୈଜ୍ଞାନିକ, କର୍ମଚାରୀଙ୍କ ସମେତ ଭଦ୍ରକ ଜିଲା ପ୍ରାଣୀ ସଂପଦ ବିକାଶ ବିଭାଗ ତଥା ପ୍ରାଣୀ ଚିକିସôାଧିକାରୀ ଓ କ୍ଷେତ୍ର କର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।