ଭଦ୍ରକ- କବିତା ଶବ୍ଦର ଯାଦୁଖେଳ ଯାହା ଜୀବନଧାରାକୁ କରିଥାଏ ଗଭୀର ଭାବେ ପ୍ରଭାବିତ । ହୃଦୟକୁ ଛୁଇଁ ପାରୁଥିବା କବିତା ଦୀର୍ଘଜୀବୀ ହୁଏ ବୋଲି ଆମ ମାତୃଭାଷା ପରିଷଦ, ଭଦ୍ରକ ଆନୁକୂଲ୍ୟରେ ଏକ ମନୋଜ୍ଞ କବିତା ସନ୍ଧ୍ୟା ପଂଚମ ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ : ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ତୃତୀୟ ଦିବସରେ ଆୟୋଜିତ ହୋଇଯାଇଛି । କବି ଭାଷ୍କର ଅଶୋକ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁÂିତ ଏହି କବିତା ପାଠୋତ୍ସବରେ ପ୍ରଖ୍ୟାତ କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟଅତିଥି, ପ୍ରସାରଭାରତୀ ଗୀତିକାର ଇଂ ଅରୁଣ ପାତ୍ର ବିଶିଷ୍ଟ ଅତିଥି, ଶିକ୍ଷାବିତ୍ ଭାଷ୍କର ଚନ୍ଦ୍ର ପାଢୀ ମୁଖ୍ୟବକ୍ତା, ସଦାନନ୍ଦ ସାହୁ, ରମେଶ ଚନ୍ଦ୍ର ସ୍ୱାଇଁ, ବାବୁଲାଲ ଦାସ, ରମାକାନ୍ତ ଜେନା, ବିକାଶ ଚନ୍ଦ୍ର ଶତପଥୀ, ପବନ କୁମାର ନାୟକ, କବୟିତ୍ରୀ ମନୋରମା ରାୟ, ସସ୍ମିତା ତ୍ରିପାଠୀ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପିକା ଡ. ମମତାରାଣୀ ସାହୁ, ରବିକୁମାର ମହାନ୍ତି, ମମତା ରାଣୀ ଦାଶ କବିତା ଗୁଡ଼ିକୁ ସମୀକ୍ଷା କରିଥିବାବେଳେ କବୟିତ୍ରୀ ଅନୁରାଧା ମିଶ୍ର ଓ ପ୍ରୀତିଲତା ପଣ୍ଡା ସଂଯୋଜନା କରିଥିଲେ । ମାତୃଭାଷା ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ଅତିଥି ପରିଚୟ, ମହୋତ୍ସବ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ, ସମ୍ପାଦକ ରବି ନାରାୟଣ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । ଆବାହକ ନୀହାର ରଂଜନ କର ମଂଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ରାମ ନାରାୟଣ ରାୟ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ ସହସମ୍ପାଦିକା ଚୈତାଳୀ ଖିଲାର ଓ ସୁଶ୍ରୀ ରଶ୍ମିତା ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବି ବିପ୍ଳବ ହୋତା, ଅଶୋକ କୁମାର ମହାନ୍ତି, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ବସନ୍ତ କୁମାର ପାତ୍ର ବିଜୟ କୁମାର ବହଳୀ, ଡ. ପ୍ରଭାତ ନଳିନୀ ମହାପାତ୍ର, ଗୀତାରାଣୀ ଆଇଚ, ଡ. ଅବନୀ କୁମାର ପ୍ରଧାନ, ଅକ୍ଷୟ କୁମାର ଦାସ, ସୁମିତ୍ରା ପାଣି, କବୟିତ୍ରୀ ବସନ୍ତ ମିଶ୍ର, ଶକୁନ୍ତଳା ନାୟକ, ବାବାଜୀ ଚରଣ ମହାନ୍ତି, ଦିପ୍ତିମୟୀ ସାହୁ, ଗୌରାଙ୍ଗ ଚନ୍ଦ୍ର ବାରିକ, ନାଟ୍ୟନିଦେ୍ର୍ଧଶକ ସାରଥି ପଣ୍ଡା, କଳାକାର କାଳିନ୍ଦୀ ଚରଣ ମଲ୍ଲିକ, ଅରୂପାନନ୍ଦ ନାୟକ ପ୍ରମୁଖ ଶତାଧିକ କବିତା ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ ।
Related Stories
January 8, 2025