କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ସଦର ମହକୁମା ଚିକିତ୍ସାଳୟ ରେ ୫ତାରିଖ ସୋମବାର ଦିନ ସନ୍ଧ୍ୟାରେ ଜଣେ ରୋଗୀଙ୍କ ଚିକିତ୍ସା କୁ ନେଇ ପ୍ରଶ୍ନ ଉଠିଥିଲା |ଉକ୍ତ ଘଟଣାକୁ ନେଇ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଏବଂ ତାଙ୍କର କିଛି ପ୍ରତିନିଧି ମେଡିକାଲ ରେ ପହଞ୍ଚିଥିଲେ | ସମୟ ପ୍ରାୟ ରାତ୍ରି ୮.୩୦ ମିନିଟ ହୋଇଥିଲା ଡାକ୍ତର କେହି ନଥିବା ଦେଖିଥିଲେ | ନର୍ଶ
ଙ୍କୁ ପଚାରିବାରେ ସେ ଠିକ ସେ କହି ପାରିନଥିଲେ ପରେ ମେଡ଼ିସିନ ୱାର୍ଡ ବାହାରେ ଲାଗିଥିବା “ଡିଉଟି ଚାର୍ଟ ବୋର୍ଡ଼” ଦେଖିଲୁ ହେଲେ ସେଠାରେ କିଛି ଲେଖା ନଥିଲା | ଏହି ପ୍ରଶ୍ନ ପଚାରିବା ପାଇଁ ସି.ଡ଼ି.ଏମ.ଓ ଏବଂ ଏ.ଡ଼ି.ଏମ.ଓ ଙ୍କୁ ବାରମ୍ବାର ଫୋନ କରିଥିଲୁ ହେଲେ ୨ଜଣ ଉଚ୍ଚସ୍ଥ ଅଧିକାରୀ ନିଜ କର୍ତ୍ତବ୍ୟକୁ ଭୁଲି ଯାଇ ଫୋନ ପ୍ରତି ଧ୍ୟାନ ଦେଇ ନଥିଲେ କି ଫୋନ କୁ ଧରି ନଥିଲେ | ୧୨ସେକେଣ୍ଡ ପାଇଁ ଫୋନ ଧରିଲେ ଏ.ଡ଼ି.ଏମ.ଓ ଆଉ ଯେତେବେଳେ ଡିଉଟି ଚାର୍ଟ କଥା ପଚାରିଲୁ କହିଲେ ମୋର ଦାଇତ୍ୱ ନୁହଁ ସେଇଟା | ପ୍ରଶ୍ନ ତେବେ କାହା ଟାକ୍ସରେ ଅଧିକାରୀ ମାନେ ନିଯୁକ୍ତି ପାଇଛନ୍ତି ? ଏବଂ କାହିଁକି ନିଜ କର୍ତ୍ତବ୍ୟକୁ ଅବହେଳା କରୁଛନ୍ତି ? ତେଣୁ ପୁରୀ ମେଡିକାଲ ର ବିଭିନ୍ନ ଅସୁବିଧାକୁ ନେଇ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ପୁରୀ ସି.ଡ଼ି.ଏମ.ଓ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା | ଏଥିରେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର ଓ ବସ୍ତି ନେତା ମନୋଜ ମଣ୍ଡଳ ବିଭିନ୍ନ ମେଡିକାଲ ସମସ୍ୟାକୁ ନେଇ ଯୁକ୍ତି କରିଥିଲେ |
ପ୍ରଥମତଃ ପୁରୀ ମେଡିକାଲ ରେ ସମସ୍ତ ବିଭାଗୀୟ “ଡିଉଟି ଚାର୍ଟ ବୋର୍ଡ଼” ଲାଗିଥିବା ବେଳେ କୌଣସି ବୋର୍ଡ଼ କାର୍ଯ୍ୟକାରୀ ହଉନି ଏହାକୁ ପ୍ରତ୍ୟକ ଦିନ କାର୍ଯ୍ୟକାରୀ କରିବାକୁ ଦାବି ରଖା ଗଲା |
ଆପଦ-କାଳୀନ ପରିସ୍ଥିତିରେ ତତ୍କାଳୀନ ଫୋନ ନମ୍ବର ପ୍ରତ୍ୟକ ବିଭାଗୀୟ ୱାର୍ଡରେ ଲେଖିବା ସହ ଟାଇମ ଚାର୍ଟ ସହ ଫୋନ ନମ୍ବର ଡାକ୍ତର ମାନଙ୍କର ରଖିବାକୁ ଦାବି |
ନିରାମୟ ଔଷଧ ପ୍ରତି ଧ୍ୟାନ ନଦେଇ ଡାକ୍ତର ମାନେ ବାହାରୁ ଔଷଧ କିଣିବାକୁ ଲେଖୁଛନ୍ତି ଏବଂ ନିଜ ହସ୍ତାକ୍ଷର ପ୍ରତି ଡାକ୍ତର ମାନେ ସଚେତନ ହେବାକୁ ଦାବି କରାଯାଇଥିଲା |
ପୁରୀରେ ଆଇ.ସି.ୟୁ ସରଞ୍ଜାମ ଥିଲେବି ତାକୁ ଏକ କୋଠରୀରେ ବନ୍ଦ କରି ରଖି ମେଡିକାଲ ସୁରକ୍ଷା କର୍ମୀ ଜଗି ରହିଛନ୍ତି ତାକୁ କାର୍ଯ୍ୟକାରୀ କରାଯାଉ |
ମେଡିକାଲ ଭିତରେ ଥିବା ସହାୟତା କେନ୍ଦ୍ର ପାଖରେ ମଧୁମେୟ ଓ ରକ୍ତଚାପ ଜନିତ ପରୀକ୍ଷଣ କେନ୍ଦ୍ର ଲେଖାଥିବା ସୂଚନା ଉପରେ ଧଳା ଚୂନ ମାରି ସେହି କେନ୍ଦ୍ର ବନ୍ଦ ରହିଛି ତୁରନ୍ତ ଏହା ଚାଲୁ କରିବାକୁ ଦାବି କରିଛନ୍ତି |
ପ୍ରସୂତି ବିଭାଗରେ କେହି ଚିକିତ୍ସିତ ହେଲେ ଅତି କମରେ ୨୦୦୦ ରୁ ୫୦୦୦ ଟଙ୍କା ଦାବି କରୁଛନ୍ତି | ଯଦି ନ-ଦେଉଛନ୍ତି ଲୋକଙ୍କ ଚିକିତ୍ସା କୁ ଗୁରୁତ୍ୱ ଦେଉ ନାହାନ୍ତି ଏହା ପ୍ରତି ପଦକ୍ଷପ ନେବାକୁ ଦାବି କରାଯାଇଥିଲା |
ଏହି ୫ ଦଫା ଦାବିପତ୍ରକୁ ନେଇ ଆଲୋଚନା ହୋଇଥିଲା |
୭ ତାରିଖରେ ଏକ ଶତନ୍ତ୍ର ଦାବିପତ୍ର ପୁନଶ୍ଚ କଂଗ୍ରେସ ତରଫରୁ ଦିଆଯିବ ବୋଲି ସି.ଡ଼ି.ଏମ.ଓ ଙ୍କୁ କୁହା ଯାଇଥିଲା | ଏବଂ ଆଲୋଚନା ଭିତିକ ୫ଦଫା ଦାବିପତ୍ର କୁ ଧ୍ୟାନ ଦେବେ ଏବଂ କାର୍ଯ୍ୟକାରୀ କରିବେ ବୋଲି ସି.ଡ଼ି.ଏମ.ଓ ପ୍ରତିଶୃତି ଦେଇଛନ୍ତି | ଜଣେ ସରକାରୀ ଅଫିସର ରୂପେ ଏ.ଡ଼ି.ଏମ.ଓ ନିଜର ଶାଳୀନତା ଏବଂ ଶିଷ୍ଟାଚାରକୁ ଘରେ ଛାଡି ଆସିଥିବା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ କହିଥିଲେ | ନିଜର କଥାବାର୍ତା ରେ ଗୁରୁତ୍ୱ ଦେବାକୁ ଏ.ଡ଼ି.ଏମ.ଓ ଙ୍କୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ସଚେତନ କରିଛନ୍ତି ବୋଲି କହିଛନ୍ତି |
ଏହି ଘେରାଉ ଓ ଆଲୋଚାରେ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ପୁରୀ ବିଧାନସଭା ସଭାପତି ଅଗସ୍ତିନ ଜୋସେଫ, ଯୁବନେତା ଅନିଲ ବେଜ, ସଦର ଯୁବ ନେତା ଆଦିତ୍ୟ ସାମନ୍ତରାୟ , ଜଗଦୀଶ ରାଉତ, ହିଫଜୁଲ, ଷ୍ଟିଫେନ ଜୋସେଫ, ଅମିତ ପ୍ରଧାନ ଏବଂ ଅନ୍ୟ ସମସ୍ତ ଯୁବ ଓ ଛାତ୍ର କଂଗ୍ରେସ ର ଶତାଧିକ କର୍ମୀ ଉପସ୍ଥିତ ଥିଲେ |