
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଯୋଗକ୍ରିୟା ଅଭ୍ୟାସ ଦ୍ବାରା ଡାଇବେଟିସ, ଉଚ୍ଚରକ୍ତଚାପ, ବ୍ୟାକ୍ ପେନ, ଥଣ୍ଡା, ସର୍ଦି, କାଶ,ସ୍ବାଶ, ହୃଦଜନିତ ସମସ୍ୟା, ରୋଗ ପ୍ରତିରୋଧକ ଶକ୍ତି, ମେଡିଟେସନ ଓ ମସ୍ତିକର ସ୍ଥିରତା, ମେରୁଦଣ୍ଡ ଜନିତ ସମସ୍ୟା, ଆର୍ଲଜି, ଉଦର ଜନିତ ସମସ୍ୟା, ଵାତପିତ ଓ କଫର ଅସନ୍ତୁଳିତା ଦୂର , ଫ୍ୟାଟ ବା ମୋଟାପା ସମସ୍ଯା ସମାଧାନ ହେବ। କିନ୍ତୁ ବର୍ତ୍ତମାନ ଡାଇବେଟିକ ଓ ମୋଟାପା ସମସ୍ୟା ବିଶେଷ ଦେଖାଯାଉଥିବାରୁ
ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ମଧୁମେହ ରୋଗ ପାଇଁ ସ୍ବତନ୍ତ୍ର ଯୋଗାସନ ଶିକ୍ଷା ପ୍ରଦାନ କରାଯାଇଛି। ଏହାକୁ ଯୋଗଗୁରୁ ମନୋଜ କୁମାର ନାୟକଙ୍କ ପ୍ରତେକ୍ଷ ତତ୍ତ୍ବବଧାନରେ କରାଯାଉଛି। ନିଶୁକ୍ଳରେ ସିଧାସଳଖ ଭାବରେ ଏହି ଶିକ୍ଷା ଦିଆଯିବା ସହ ଅନଲାଇନରେ ମଧ୍ୟ ରାଜ୍ୟର ବିଭିନ୍ନ ଭାଗରୁ ଯୋଗ ଶିକ୍ଷାର୍ଥୀ ମାନେ ମଧୁମେହଯୋଗ ଶିକ୍ଷା ଗ୍ରହଣ କରୁଥିବା ଶିକ୍ଷାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ନେଇଛନ୍ତି। ଏପରିକି ଯୋଗଶିକ୍ଷାର୍ଥୀ ମାନେ ମିଠା ଛେନାପୋଡ ଖାଇ ଯୋଗ ଆରମ୍ଭ କରିଥିଲେ। ୧୫ଦିନିଆ ମଧୁମେହ ଯୋଗଶିକ୍ଷା ଶିବିର ନିଶ୍ଚୟସଫଳ ହେବ ଯେଉଁ ମାନଙ୍କର ରକ୍ତସର୍କରା ଅଧିକ ରହିଛି ସେମାନେ ସୁସ୍ଥତା ଅନୁଭବ କରିବେ। ସେପଟେ ଶିକ୍ଷାର୍ଥୀ ମାନେ ମଧ୍ୟ ମଧୁମେହକୁ ନେଇ ଆଶ୍ବସ୍ତ ଅଛନ୍ତି ତାଙ୍କର ରକ୍ତସର୍କରା ପରୀକ୍ଷା ଭଲ ହେଵ।
ଯୋଗ ଗୁରୁ ମନୋଜ କୁମାର ନାୟକ କହିଛନ୍ତି ଯେ ଡାଇବେଟିସ ଏକ ବ୍ୟାଧି ନୁହେଁ ଏହାକୁ ନିୟନ୍ତ୍ରଣ କରିହେବ |ଯଦି ପ୍ରତ୍ୟେହ ଯୋଗ କରାଯାଏ ତେବେ ଡାଇବେଟିସ ନିୟନ୍ତ୍ରଣ ହୋଇପାରିବ |
ଯୋଗଶିକ୍ଷାର୍ଥୀ ନିରଞ୍ଜନ ମହାପାତ୍ର କହିଛନ୍ତି ଯେ ଆଗରୁ ତାଙ୍କର ଡାଇବେଟିସ ଚେକିଂରେ ଖାଦ୍ୟ ପୂର୍ବରୁ ୨୨0 ରହୁଥିବା ବେଳେ ତାହାକୁ ନିୟନ୍ତ୍ରଣ କୁ ଆଣିବା ପାଇଁ ଅନୁଷ୍ଠିତ ହେବାକୁ ଥିବା ୧୫ ଦିବଶୀୟ ଯୋଗ ଶିବିର ମାଧ୍ୟମରେ ଡାଇବେଟିସ ନିୟନ୍ତ୍ରଣ କୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି |ଏହି ଯୋଗରେ ସେ ଓଲମ ବିଳମ୍ବ, ସୂର୍ଯ୍ୟ ନମସ୍କାର, ଚନ୍ଦ୍ର ନମସ୍କାର, କପାଳ ବାତି ଭଳି ଅନେକ ଯୋଗ ଆରମ୍ଭ କରିଛନ୍ତି |
ଯୋଗଶିକ୍ଷାର୍ଥୀ ଆଲ୍ଲାଦିନ ପ୍ରଧାନ କହିଛନ୍ତି ଯେ ପୂର୍ବ ଅପେକ୍ଷା ତାଙ୍କର ଡାଇବେଟିସ ଯୋଗ କରିବା ପରଠାରୁ ନିୟନ୍ତ୍ରଣ ରେ ଅଛି |