କନ୍ଧମାଳ, କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳରେ ମାଓ କୁମ୍ବିଙ୍ଗ ବେଳେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ଅନୁଯାୟୀ, ସେହି ଅଂଚଳର ମାଓବାଦୀ ମାନଙ୍କ ଗତିବିଧି ଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ, ଏସ ଓ ଜି ଏବଂ ଡିଭିଏଫ ଜବାନଙ୍କ ମିଳିତ ଅଭିଯାନରେ କୁମ୍ବିଙ୍ଗ ଅପରେସନ ଜାରି କରାଯାଇଥିଲା। ଏହି ଅବସରରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା। ଜବାନ ମାନଙ୍କ ପକ୍ଷରୁ ଅତର୍କିତ ଭାବରେ ଗୁଳି ଚାଳନା କରାଯାଇଥିଲା। ଜବାନ ମାନେ ନିୟନ୍ତ୍ରିତ ଭାବରେ ଗୁଳି ଚାଳନା କରିଥିଲେ। ସେଠାରେ ବେଶ୍ କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କିଛି ସମୟ ପରେ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲ ଭିତରେ ଖସି ପଳେଇ ଯାଇଥିଲେ। ସେଠାରେ ବର୍ତ୍ତମାନ ସୁଦ୍ଧା କୁମ୍ବିଙ୍ଗ ଅପରେସନ ଜାରି ରହିଛି।