
ଖୋର୍ଦ୍ଧା,ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଜାରୀ ରହିଛି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ।
ସୂଚନା ମୁତାବକ, ମଙ୍ଗଳବାର ସକାଳେ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସଙ୍କ ସରକାରୀ କାର୍ଯ୍ୟାଳୟ ଚଢ଼ଉ କରଛି ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧାରେ ଥିବା ତାଙ୍କର ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ଵରେ ଏକ ଟିମ୍ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଫାଇଲ ଏବଂ ଅନ୍ୟାନ୍ୟ ଆସବାବପତ୍ର ଯାଂଚ୍ କରୁଛି । ଏପରିକି ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଚାଲିଥିବା ସୂଚନା ମିଳିଛି ।