ଝାରସୁଗୁଡ଼ା -ଝାରସୁଗୁଡା ଜିଲ୍ଲା ବେଳପାହାଡ଼ ଟାଇଗର କ୍ଳବ ପକ୍ଷରୁ ଟାଇଗର କ୍ରିକେଟ ଲିଂ ପ୍ରତିଯୋଗିତାର ଆସନ୍ତା ୨୫ ତମ ରୋପ୍ୟ ଜୟନ୍ତୀ ପାଳନ ପାଇଁ ସ୍ଥାନୀୟ ଟିଆରଏଲ ପଡ଼ିଆରେ ଆଜି ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ବେଳପାହାଡ଼ର ପୂର୍ବତନ ନଗରପାଳ ସ୍ବର୍ଗତ ଗୌତମ ବହିଦାରଙ୍କ ଉଦ୍ଦେଶ୍ୟରେ ଏହି ପ୍ରତିଯୋଗୀତାକୁ ଉତ୍ସର୍ଗ କରାଯିବ।ବେଳପାହାଡ଼ ଟାଇଗର କ୍ଳବର ସଭାପତି ସଞ୍ଜୟ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହାର ଆୟୋଜନ ପାଇଁ ବରଗଡ଼ ସାଂସଦ ସୁରେଶ ପୁଜାରୀ ପୃଷ୍ଟପୋଷକ ଭାବରେ ସହମତି ପ୍ରକାଶ କରିଥିବାରୁ ଆୟୋଜକଙ୍କ ପକ୍ଷରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରସଯାଇଛି।ବୈଠକରେ ଟାଇଗର କ୍ଳବର ସମସ୍ତ ସଦସ୍ୟଙ୍କ ଆଲୋଚନା ପରେ ଆସନ୍ତା ଡିସେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୫ ତାରିଖ ଦିନ ଉଦଯାପିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଥିରେ ଅଞ୍ଚଳର ବିଶିଷ୍ଟ ଟିମ ମାନଙ୍କୁ ଆମତ୍ରଣ କରାଯିବ।ଟାଇଗର କ୍ଳବର ସଦସ୍ୟଙ୍କ ମଧ୍ୟରୁ ସଞ୍ଜୟ ସିଂ,ତପନକାନ୍ତ ଜେନା ,ରାଜ କିଶୋର ରାଉତ,ସରୋଜ ପାତ୍ର,ଗଜେନ୍ଦ୍ର ରାଉତ, ଜୁଲଫିକର ଅଲି,ଶିବରାମ ମହାରଣା, ସତେନ୍ଦ୍ର ରାମ,ଦେବାଶିଷ ଆଇଚ,ଗତିକୃଷ ମିଶ୍ର, ବୁଲୁ ପଟେଲ,ଦିନେଶ ଅଗ୍ରୱାଲ, ରମେଶ ଜୟସ୍ବଲ ପ୍ରମୁଖଙ୍କୁ ବିଭିନ୍ନ ଦାଇତ୍ଵ ପ୍ରଦାନ କରାଯାଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO