ଭୁବନେଶ୍ୱର – ଓପିଜିସି ଶ୍ରମିକ ସଂଘର କର୍ମକର୍ତାମାନଙ୍କ ସହିତ ଏକ ଆଲୋଚନା ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିଧାନସଭା କକ୍ଷରେ ଅନୁÂିତ ହୋଇଯାଇଛି ।
ସଂଘର ଉପଦେଷ୍ଟା ତଥା ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ମହାନ୍ତି ବୈଠକରେ ଉପସ୍ଥିତ ରହି ଶ୍ରମିକମାନଙ୍କର ବିଭିନ୍ନ ଦାବି ଉପସ୍ଥାପନା କରିବା ସହିତ ତୁରନ୍ତ ପଦକ୍ଷେପ ନେଇ ସେଗୁଡ଼ିକୁ ସମାଧାନ କରିବା ପାଇଁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଙ୍କୁ ଅନୁରୋଧ କରିଥିଲେ ।
ମୁଖ୍ୟ ଦାବି ମଧ୍ୟରେ ଶ୍ରମିକମାନଙ୍କ ପାଇଁ ୨ଟି ଅଗ୍ରୀମ ଇନ୍କ୍ରିମେଂଟ, ପଦୋନ୍ନତିର ତାରତମ୍ୟ ଦୂରୀକରଣ, ବାକେୟା ଘରଭଡ଼ା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଓପିଜିସି ମ୍ୟାନେଜ୍ମେଂଟ ତରଫରୁ ଅର୍ଥ ନିଦେ୍ର୍ଧଶକ ଶ୍ରୀ ପ୍ରଭାକର ମହାନ୍ତି ଯୋଗଦେଇ କମ୍ପାନୀର ବର୍ତମାନ ପରିସ୍ଥିତି, ଆର୍ଥିକ ସମସ୍ୟା ତଥା ଶ୍ରମିକମାନଙ୍କ ଦାବିଗୁଡ଼ିକ ଉପରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଙ୍କୁ ଅବଗତ କରାଇଥିଲେ । ଏହି ଆଲୋଚନାରେ ମାନ୍ୟବର ମନ୍ତ୍ରୀ ଶ୍ରମିକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ନେବା ପାଇଁ କହିଥିଲେ ।
ବୈଠକରେ ଓପିଜିସିର ଏକ ସମୀକ୍ଷା ବୈଠକ ଖୁବ୍ଶୀଘ୍ର କରାଯିବା ସହିତ ଏଥିରେ ବର୍ତମାନ ସମସ୍ୟା ସହିତ ଏହା କିପରି ଭବିଷ୍ୟତରେ ଏକ ଅଧିକ ଲାଭଜନକ ସଂସ୍ଥା ହୋଇପାରିବ ସେହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଅର୍ଥ ନିଦେ୍ର୍ଧଶକଙ୍କୁ କହିଥିଲେ ।ଏହି ଆଲୋଚନାରେ ଶ୍ରମିକ ସଂଘ ତରଫରୁ ଶ୍ରୀ ସୁଶୀଲ କୁମାର ପଣ୍ଡା, ଶ୍ରୀ ପ୍ରଶାନ୍ତ କୁମାର ହୋତା, ଶ୍ରୀ ମନୋଜ କୁମାର ନାୟକ, ଶ୍ରୀ ନିର୍ମଳ ଚନ୍ଦ୍ର ପାଢ଼ୀ ପ୍ରମୁଖ ବିଭିନ୍ନ କର୍ମକର୍ତା ଉପସ୍ଥିତ ଥିଲେ ।