
ଭଦ୍ରକ – ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସ ଠାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳଙ୍କୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ପରାମର୍ଶଦାତା କମିଟିର ସଭ୍ୟ ଭାବେ ମନୋନୀତ କରାଯାଇଛି। ୧୭ ଜଣିଆ ଉପଦେଷ୍ଟା ମଣ୍ଡଳୀର ଶ୍ରୀମତୀ ମଣ୍ଡଳଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଅଧ୍ଯକ୍ଷ ଭାବେ କେନ୍ଦ୍ର ରେଳମନ୍ରୀ ପିୟୁଷ ଗୋଏଲ ଅଛନ୍ତି। ଶ୍ରୀମତୀ ମଣ୍ଡଳ ଏହି କମିଟିକୁ ମନୋନୀତ ହେବା ପରେ ଓଡ଼ିାା ରେଳ ଉନ୍ନୟନ ଏବଂ ସଂେଯାଜନା କମିଟିର ସଦସ୍ୟଙ୍କ ସହିତ ବାଲେଶ୍ବର ଠାରୁ ରାଉରକେଲା ଭାୟା ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଦେଇ ଏକ ଇରସିଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ବିଭାଗୀୟ କେନ୍ଦ୍ରମନ୍ରୀଙ୍କ ସହିତ ଆଲୋଚନା ମଧ୍ଯ କରିଛନ୍ତି। ଏପରିକି ସଂସଦରେ ସାଂସଦ ମଂଜୁଲତା ମଣ୍ଡଳ ସଂସଦର ଶୀତ ଅଧିବେଶନରେ ଭଦ୍ରକ ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଉଡନ୍ତା ପୋଲ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ। ଭଦ୍ରକ ଜିଲା ଦେଇଯାଇଥିବା ୧୬ ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ, ବାହାନଗା, ଛତାବର, ଧାମନଗର ଛକ, ବାରିକପୁର ଆଦି ସ୍ଥାନରେ ନୂତନ ଉଡନ୍ତା ପୋଲ ଲାଗି ଦାବି ଉପସ୍ଥାପନ କରିଛନ୍ତି। ପୂର୍ବରୁ ମଧ୍ଯ ଶ୍ରୀମତୀ ମଣ୍ଡଳ ଜାତୀୟ ରାଜପଥ ସଂପ୍ରସାରଣ ପ୍ରକଳ୍ପ ନିଦ୍ର୍ଧେଶକଙ୍କୁ ଭେଟି ଏହି ରାସ୍ତା ସଂପର୍କରେ ମଧ୍ଯ ଅବଗତ କରାଇଥିଲେ।